କନକ ବ୍ୟୁରୋ : ଧାରଣାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ । ଜୟପୁର ସହରର ଲାଇଫ ଲାଇନ୍ କୁହାଯାଉଥିବା ଜଗନ୍ନାଥ ସାଗରର ପୁନଃଉଦ୍ଧାର ନାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ରବି ନନ୍ଦଙ୍କ ନେତୃତ୍ବରେ ଜୟପୁର ପୌର ପାଳିକାକୁ ଘେରିବା ସହ ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି। ଯାହା ଫଳରେ ସହରର ମୁଖ୍ୟରାସ୍ତାରେ ଯାତାୟତ ଠପ୍ ହୋଇ ଯାଇଛି ।