ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି, ବିଜେପିରେ ଯୋଗ ଦେବା ନେଇ ବଢିଲା ଚର୍ଚ୍ଚା

ଏହି କ୍ରମରେ ଆଜି ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀ ତଥା ଭଦ୍ରକ ଜିଲ୍ଲାର ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ  ପୁଅ ପ୍ରୟାସକାନ୍ତି ବିଜେଡିର ପ୍ରାଥିମକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ବାପା ପ୍ରଫୁଲ୍ଲ ସାମଲ ବିଜେଡିରେ ରହିଛନ୍ତି । ଦିନେ ବିଜେଡିରେ ଖୁବ୍ ଶକ୍ତିଶାଳୀ ଥିଲେ ପ୍ରଫୁଲ୍ଲ ସାମଲ । ବିଭିନ୍ନ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି ।

þKZKþqKþq

କନକ ବ୍ୟୁରୋ :   ବିଜେଡ଼ି ସରକାରରୁ ଯିବା ପରେ ଦଳକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଏହି କ୍ରମରେ ଆଜି ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀ ତଥା ଭଦ୍ରକ ଜିଲ୍ଲାର ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ  ପୁଅ ପ୍ରୟାସକାନ୍ତି ବିଜେଡିର  ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ବାପା ପ୍ରଫୁଲ୍ଲ ସାମଲ ବିଜେଡିରେ ରହିଛନ୍ତି । ଦିନେ ବିଜେଡିରେ ଖୁବ୍ ଶକ୍ତିଶାଳୀ ଥିଲେ ପ୍ରଫୁଲ୍ଲ ସାମଲ । ବିଭିନ୍ନ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ତେବେ ପୁଅ ପ୍ରୟାସକାନ୍ତି କାହିଁକି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ, ଜଣାପଡିନାହିଁ । ସେପଟେ ଭଦ୍ରକରେ ଦିନକୁ ଦିନ ବିଜେପି ଶକ୍ତିଶାଳୀ ହେଉଛି । ଭଦ୍ରକ ଲୋକସଭା  ଓ ଭଦ୍ରକ ବିଧାନସଭା ଆସନ ବିଜେପି ହାତରେ ରହିଛି । ଏହାସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉଚ୍ଚଶିକ୍ଷାମନ୍ତ୍ରୀ ଖୋଦ୍ ଭଦ୍ରକ ଜିଲ୍ଲାରୁ । ଏହାସହ ଗତ ସାଧାରଣ ନିର୍ବାଚନରେ ପ୍ରଫୁଲ୍ଲ ସାମଲ ଭଣ୍ଡାରୀପୋଖରୀ ଆସନ ଛାଡି ଭଦ୍ରକରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ବି ଜଣେ ନବାଗତା ବିଜେପିର ଯୁବନେତାଙ୍କ ଠାରୁ ପରାଜିତ ହୋଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe