ସମ୍ପର୍କୀୟ ଦିଅର ପ୍ରେମ ଓ ସମ୍ପତ୍ତି ଲୋଭରେ ସ୍ତ୍ରୀର ନାରକୀୟ କାଣ୍ଡ, ନିଦ ବଟିକା ଓ ଇଲେକ୍ଟ୍ରି ସକ୍ ଦେଇ ସ୍ୱାମୀକୁ ହତ୍ୟା

ସ୍ବାମୀଙ୍କ ହତ୍ୟା ପାଇଁ ଦିଅର ସହ ମିଶି ଏକ ବଡ ଷଡଯନ୍ତ୍ର ରଚିଥିଲେ ପତ୍ନୀ ସୁସ୍ମିତା ।  କରଣଙ୍କୁ ବିଦ୍ୟୁତ୍ ଆଘାତ ଲାଗିଛି ଏବଂ ସେ ବେହୋସ ଅଛନ୍ତି ବୋଲି ପରିବାରକୁ କହିଥିଲେ ।  ସୁସ୍ମିତା ପୋଷ୍ଟମର୍ଟମ କରିବାକୁ ସବୁବେଳେ ଅନିଚ୍ଛା ପ୍ରକାଶ କରିବାରୁ କରଣଙ୍କ ପରିବାର ସନ୍ଦେହ କଲେ ।

51

କନକ ବ୍ୟୁରୋ : ଦିଅର ପ୍ରେମରେ ପଡି ସ୍ବାମୀଙ୍କୁ ହତ୍ୟା । ଦ୍ବାରକାରେ ରହୁ୍‌ଥିବା କରଣ ଦେବଙ୍କୁ ପତ୍ନୀ ସୁସ୍ମିତା ଓ ସର୍ମ୍ପକୀୟ ଭାଇ ରାହୁଲ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରାଯାଇଛି । ସ୍ବାମୀଙ୍କ ହତ୍ୟା ପାଇଁ ଦିଅର ସହ ମିଶି ଏକ ବଡ ଷଡଯନ୍ତ୍ର ରଚିଥିଲେ ପତ୍ନୀ ସୁସ୍ମିତା ।  କରଣଙ୍କୁ ବିଦ୍ୟୁତ୍ ଆଘାତ ଲାଗିଛି ଏବଂ ସେ ବେହୋସ ଅଛନ୍ତି ବୋଲି ପରିବାରକୁ କହିଥିଲେ ।  ସୁସ୍ମିତା ପୋଷ୍ଟମର୍ଟମ କରିବାକୁ ସବୁବେଳେ ଅନିଚ୍ଛା ପ୍ରକାଶ କରିବାରୁ କରଣଙ୍କ ପରିବାର ସନ୍ଦେହ କଲେ । ତେବେ ସୁସ୍ମିତା  ଓ ଦିଅର ରାହୁଲଙ୍କ କଥାବାର୍ତ୍ତା ଓ ହ୍ବାଟସଅପ ଚାର୍ଟରୁ କିଛି ତଥ୍ୟ ପାଇବା ପରେ ସନ୍ଦେହ ସତ ହୋଇଥିଲା  ଓ ପ୍ରମାଣ ନେଇ ପରିବାର ପହଁଚିଥିଲେ ପୁଲିସ ନିକଟରେ ।  ବର୍ତ୍ତମାନ ଉତ୍ତମ ନଗର ପୋଲିସ ଷ୍ଟେସନ୍ ଉଭୟଙ୍କୁ ପଚରାଉଚରା କରୁଛି ଏବଂ ମାମଲାର ତଦନ୍ତ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe