ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଜମି କିଣାରେ ଠକେଇ, ଅଭିଯୁକ୍ତ ନିରଞ୍ଜନ ଶତପଥୀ ଗିରଫ୍

ଅଭିଯୋଗ ମୁତାବକ ନିରଞ୍ଜନ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କୁ ଏକ ଜମି ଦେବା ନାମରେ ୨୫ ଲକ୍ଷ ଟଙ୍କା ନେଇଥିଲେ । ହେଲେ ଜମି ଜମି ଦେଇନଥିଲେ । ଏ ବାବଦରେ ସେ ମନ୍ତ୍ରୀଙ୍କୁ ଏକ ୨୫ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ ।

1

କନକ ବ୍ୟୁରୋ : ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଠକିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ବଣସିଂ ଗାଁର ନିରଞ୍ଜନ ଶତପଥୀ । ଅଭିଯୋଗ ମୁତାବକ ନିରଞ୍ଜନ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କୁ ଏକ ଜମି ଦେବା ନାମରେ ୨୫ ଲକ୍ଷ ଟଙ୍କା ନେଇଥିଲେ । ହେଲେ ଜମି ଜମି ଦେଇନଥିଲେ । ଏ ବାବଦରେ ସେ ମନ୍ତ୍ରୀଙ୍କୁ ଏକ ୨୫ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ । ହେଲେ ସେ ଚେକ୍ ବାଉନ୍ସ ହୋଇଯାଇଥିଲା । ଏନେଇ ମନ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆଜି ନିରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe