ଏଫଏମ୍ ଛାତ୍ରୀ ଆତ୍ମାହୁତି ଘଟଣା: ୨ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଛାତ୍ରୀଙ୍କ ଆତ୍ମାହୁତିର ୨୦ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିଲେ ଏହି ଛାତ୍ର । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁର ତାତି ରାଜ୍ୟରେ ଚାଲିଥିବା ବେଳେ ପୁଣି ଏଫଏମ କଲେଜ ଘଟଣା ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି । 

74

Photograph: (kanak news)

କନକ ବ୍ୟୁରୋ: ଏଫଏମ୍ ଛାତ୍ରୀ ଆତ୍ମାହୁତି ଘଟଣା । ୨ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଶୁଭସମ୍ୱିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ ଗିରଫ । ଗିରଫ ପରେ କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ । ଛାତ୍ରୀଙ୍କ ଆତ୍ମାହୁତିର ୨୦ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିଲେ ଏହି ଛାତ୍ର । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁର ତାତି ରାଜ୍ୟରେ ଚାଲିଥିବା ବେଳେ ପୁଣି ଏଫଏମ କଲେଜ ଘଟଣା ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି । 

ବାଲେଶ୍ୱର ଏଫଏମ କଲେଜରେ ଜଣେ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତ ହୋଇ ଜଣେ ଛାତ୍ରୀ ନ୍ୟାୟ ନପାଇ ଆତ୍ମ ହତ୍ୟା ଉଦ୍ୟମ କରିଥିଲେ ଆଉ ପ୍ରାଣ ହରାଇଥିଲେ । ଏହି ଘଟଣାରେ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା । ଏବେ ଏହି ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରାଯାଇଥିଲା । ଏ ସେହି ଜ୍ୟୋତି ପ୍ରକାଶ ଯିଏ ପୀଡ଼ିତାଙ୍କ ଦେହରୁ ନିଆଁ ଲିଭାଇବାକୁ ପ୍ରୟାସ କରି ଆହତ ହୋଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe