କନକ ବ୍ୟୁରୋ : ବନ୍ୟାକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ , ମହାନଦୀର ଉପର ମୁଣ୍ଡରେ ନାହିଁ ବର୍ଷା । ସୁବର୍ଣ୍ଣରେଖାରେ ଗତ ଦୁଇ ଦିନରେ ଉପରମୁଣ୍ଡରେ ବର୍ଷା ଯୋଗୁଁ ଆଜି ସନ୍ଧ୍ୟା ସୁଦ୍ଧା ରାଜଘାଟରେ ବିପଦ ସଙ୍କେତ ଉପରକୁ ଯିବ । ସୁବର୍ଣ୍ଣରେଖା ଉପରମୁଣ୍ଡରେ ବର୍ଷା ହୋଇଥିବାରୁ ବନ୍ୟା ସମ୍ଭାବନା ଅଛି । ମହାନଦୀର ୧୬ଟି ଗେଟ୍ରେ ପାଣି ଛଡା ଯାଉଛି ।
ଜଳ ଧାରଣକୁ ଦେଖି ଗେଟ୍ ଖୋଲିବା କି ବନ୍ଦ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ମହାନଦୀ ଉପରମୁଣ୍ଡରେ ବର୍ଷା ନାହିଁ । ବ୍ରାହ୍ମଣୀର ଦୁଇଟି ଗେଟ୍ରେ ଜଳ ନିଷ୍କାସନ ଚାଲିଛି । କଣାସରେ ବନ୍ୟା ନାହିଁ , ମୁଣ୍ଡଳୀର ପାଣି ଦୟାନଦୀକୁ ଯାଉଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । ହେଲେ ତାହା ବନ୍ୟା ନୁହେଁ , ମୁଣ୍ଡଳୀର ବନ୍ୟା ପାଣି ଦୟାନଦୀରେ ମିଶିଲେ ଜଳ ପ୍ରଦୂଷଣ କମିବ ।