ଦିଗପହଣ୍ଡି ଶେରଗଡ଼ରେ ଗର୍ଜିଲା ବୋମା, ବନ୍ଧୁକ: ସୁନାଥର ଗାଁର କାଳିଆ ଜେନାଙ୍କୁ ବୋମା ମାଡ଼ କରି ମାଉଜରରୁ ଗୁଳି କଲେ ଦୁର୍ବୃତ୍ତ

କିଛି ଦୁର୍ବୃତ୍ତ ସୁନଥର ଗ୍ରାମର କାଳିଆ ଜେନା ନାମକ ବ୍ୟକ୍ତି ଉପରକୁ ପ୍ରଥମେ ବୋମା ମାଡ଼ କରିଥିଲେ । ଏହାପରେ ମାଉଜରରୁ ଗୁଳି ଚଳାଇ ଥିବା ଅଭିଯୋଗ ହୋଇଛି ।

64

Photograph: (kanak news)

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ଶେରଗଡ ଥାନା ଅନ୍ତର୍ଗତ ସୁନତର ଗ୍ରାମରେ ଗର୍ଜିଲା ବନ୍ଧୁକ ଓ ବୋମା । କିଛି ଦୁର୍ବୃତ୍ତ ସୁନଥର ଗ୍ରାମର କାଳିଆ ଜେନା ନାମକ ବ୍ୟକ୍ତି ଉପରକୁ ପ୍ରଥମେ ବୋମା ମାଡ଼ କରିଥିଲେ । ଏହାପରେ ମାଉଜରରୁ ଗୁଳି ଚଳାଇ ଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ କାଳିଆ ଜେନା ଗଭୀର ଆହତ ହୋଇଛନ୍ତି । ତୁରନ୍ତ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଗୁଳି ଓ ବୋମା ମାଡ଼ରେ ଆହତ କାଳିଆ ଜେନା ସରପଞ୍ଚଙ୍କ ବାପା ବୋଲି ଜଣାପଡିଛି । ତେବେ ତାଙ୍କୁ ଆକ୍ରମଣ ପଛରେ ରାଜନୈତିକ ଶତ୍ରୁତା ନା ପୂର୍ବଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe