ଶିଶୁ ଅନନ୍ତପୀଠ ବାବାଙ୍କ ନାଁରେ ମାମଲା ; ମଠରେ ନିଶା କାରବାର ହେଉଥିବା ଅଭିଯୋଗ

ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ  ଶିଶୁ ଅନନ୍ତ ପୀଠର ବାବାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ମଠରେ ନିଶା କାରବାର ସହ କର୍ମକର୍ତ୍ତା ମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
Sishu Anant Matha

Sishu Anant Matha Photograph: (KanakNews)

କନକ ବ୍ୟୁରୋ: ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ  ଶିଶୁ ଅନନ୍ତ ପୀଠର ବାବାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ମଠରେ ନିଶା କାରବାର ସହ କର୍ମକର୍ତ୍ତା ମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଆଧ୍ୟାତ୍ମିକ ବାତାବରଣ ସହ କରାଯାଉଛି ପରିବେଶ ନଷ୍ଟ , ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।


ବାଲିପାଟଣା ପଞ୍ଚସଖା ମହାପୁରୁଷ ଶିଶୁ ଅନନ୍ତ ପୀଠର ବାବା ପର୍ଶୁରାମ ନନ୍ଦୀ ଓରଫ ଦାସଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ଆଧ୍ୟାତ୍ମିକ ବାତାବରଣ ନଷ୍ଟ କରାଯିବା ସହ ବାବା ଶ୍ରଦ୍ଧାଳୁ ଏବଂ କର୍ମକର୍ତ୍ତାମାନଙ୍କୁ ଦୁର୍ବ୍ୟବହାର ଓ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି । ସେହିପରି ଏହି ପ୍ରସିଦ୍ଧ ପୀଠରେ ଅବାଧ ଭାବେ ନିଶା କାରବାର ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ଶିଶୁ ଅନନ୍ତ ସ୍ମୃତି ସଂସଦ ସମ୍ପାଦିକା ତନୟା ଦାସ ଗୋସ୍ବାମୀ ଏନେଇ ଥାନାର ଦ୍ୱାରସ୍ଥ ହୋଇ ବାବାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି । ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପୂର୍ବରୁ ଅଭିଯୋଗ ହୋଇଥିଲେ ବି ପୁଲିସ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନେଉନାହିଁ, ଯାହାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe