ଶେଷ ପର୍ଯ୍ୟାୟରେ ଫାଟାଫଟ୍ କ୍ରିକେଟର ମହାସମର, ଆଜି ସେକେଣ୍ଡ କ୍ୱାଲିଫାୟାରରେ ମୁହାଁମୁହିଁ ହେବେ ମୁମ୍ବାଇ ଓ ପଞ୍ଜାବ

୫ ଥରର ଚାମ୍ପିଅନ ମୁମ୍ବାଇକୁ ପରାସ୍ତ କଲେ ଫାଇନାଲ ଖେଳିବାକୁ ମିଳିବ ସୁଯୋଗ । କ୍ବାଲିଫାୟାର-୧ରେ ଆରସିବିଠାରୁ ପରାସ୍ତ ହୋଇଥିଲା ଶ୍ରେୟସ ଆୟରଙ୍କ ପଞ୍ଜାବ କିଙ୍ଗ୍ସ । ଏବେ ଟିମକୁ ମିଳିଛି ଶେଷ ସୁଯୋଗ । ସେପଟେ ଷଷ୍ଠ ଥର ଆଇପିଏଲ୍‌ ଟ୍ରଫି ଜିତିବା ଲକ୍ଷ୍ୟରେ ଅଛି ମୁମ୍ବାଇ । ଆଇପିଏଲରେ ୨୦୧୧ରୁ ପ୍ଲେଅଫ୍‌ ମ୍ୟାଚ୍‌ ଆରମ୍ଭ ହୋଇଥିଲା ।

ଅଦ୍ୟତନ ହୋଇଛି
fsdfsfsdfsdf

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଇପିଏଲ୍‌ । ଆଉ ବାକି ଅଛି ମାତ୍ର ୨ଟି ମ୍ୟାଚ୍‌ । ଅହମ୍ମଦାବାଦରେ ଆଜି ଅଛି କିଙ୍ଗ୍ସ-ଇଣ୍ଡିଆନ୍ସ ଲଢ଼େଇ । ପ୍ରଥମ ଥର ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି ପଞ୍ଜାବ । ୫ ଥରର ଚାମ୍ପିଅନ ମୁମ୍ବାଇକୁ ପରାସ୍ତ କଲେ ଫାଇନାଲ ଖେଳିବାକୁ ମିଳିବ ସୁଯୋଗ । କ୍ବାଲିଫାୟାର-୧ରେ ଆରସିବିଠାରୁ ପରାସ୍ତ ହୋଇଥିଲା ଶ୍ରେୟସ ଆୟରଙ୍କ ପଞ୍ଜାବ କିଙ୍ଗ୍ସ । ଏବେ ଟିମକୁ ମିଳିଛି ଶେଷ ସୁଯୋଗ । ସେପଟେ ଷଷ୍ଠ ଥର ଆପିଏଲ୍‌ ଟ୍ରଫି ଜିତିବା ଲକ୍ଷ୍ୟରେ ଅଛି ମୁମ୍ବାଇ । ଆଇପିଏଲରେ ୨୦୧୧ରୁ ପ୍ଲେଅଫ୍‌ ମ୍ୟାଚ୍‌ ଆରମ୍ଭ ହୋଇଥିଲା । ସେବେଠାରୁ ମୁମ୍ବାଇ ଇଣ୍ଡିଆନ୍ସ ୪ଥର କ୍ୱାଲିଫାୟର୍‌-୨ ମ୍ୟାଚ ଖେଳିଛି । ଏଥିରେ ମୁମ୍ବାଇ ୨ ମ୍ୟାଚ୍‌ ଜିତିଛି ଏବଂ ୨ଥର ହାରିଛି । କିନ୍ତୁ ବଡ଼ କଥା ହେଉଛି ଯେତେବେଳେ ବି ମୁମ୍ବାଇ ଇଣ୍ଡିଆନ୍ସ କ୍ୱାଲିଫାୟାର-୨ ମ୍ୟାଚ୍‌ ଜିତିଛି, ସେତେବେଳେ ସେମାନେ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି । ୨୦୧୩ ମସିହାରେ କ୍ୱାଲିଫାୟାର-୨ରେ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ଦଳକୁ ପରାସ୍ତ କରିଥିଲା । ଏହାପରେ, ଫାଇନାଲରେ ଚେନ୍ନାଇକୁ ପରାସ୍ତ କରି ଟାଇଟଲ ଜିତିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe