କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ଫିଲଅପ କରୁଛନ୍ତି , କିନ୍ତୁ ପରୀକ୍ଷା ଦେଉନାହାନ୍ତି । ରାଜ୍ୟରେ ଏଭଳି ସଂଖ୍ୟା ବଢିବାରେ ଲାଗିଛି। ଗ୍ରାଉଣ୍ଡଜିରୋରେ ଏନେଇ ସ୍ଥିତି ଯାଞ୍ଚ ପାଇଁ ଯାଜପୁରର ଏକ ସ୍କଲକୁ ଯାଇଥିଲା କନକ ନ୍ୟୁଜ ଟିମ । ଏଠାରେ ୧୨ ଜଣ ପିଲା ପରୀକ୍ଷା ଦେଉନାହାନ୍ତି । ଅନୁସନ୍ଧାନ ବେଳେ ଜଣାପଡିଛି, ଅଧିକାଂଶ ସ୍କୁଲ ବନ୍ଦ ହେବାର ଭୟ ଥିବାରୁ ବିଦ୍ୟାଳୟ ବଞ୍ଚାଇବାକୁ ପ୍ରୟାସ କରି ଶିକ୍ଷକ ଭରୁଛନ୍ତି ଫର୍ମ ।
- ଫର୍ମ ଭରୁଛନ୍ତି, ପରୀକ୍ଷା ଦେଉନାହାନ୍ତି
- ମାଟ୍ରିକ ପରୀକ୍ଷାରୁ ଆସିଲା ସାଂଘାତିକ ଚିତ୍ର
- ପେଟ ପାଇଁ ପାଠ ଛାଡ଼ିଛନ୍ତି ପରୀକ୍ଷାର୍ଥୀ
ଯାଜପୁର ବ୍ଲକ ରାଧା ମଦନମୋହନ ହାଇସ୍କୁଲ। ଏହି ସ୍କୁଲର ୧୨ ଜଣ ପିଲା ମାଟ୍ରିକ ପରୀକ୍ଷା ଦେଇନାହାନ୍ତି । ଏ ନେଇ ଖବର ପ୍ରସାରଣ ପରେ ଗ୍ରାଉଣ୍ଡ ଜିରୋରେ ବାସ୍ତବ ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍ । ସ୍କୁଲରେ ୩୩ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ୨୧ଜଣ ପରୀକ୍ଷା ଦେଇଛନ୍ତି। ଗୋଟିଏ ବିଦ୍ୟାଳୟରୁ ୧୨ ଅନୁପସ୍ଥିତ ପିଲା ପେଟ ପାଇଁ ପରିବାର ସହ ବାହାର ଅଂଚଳକୁ କାମ ଉଦେଶ୍ୟରେ ପଳାଇ ଥିବା ସ୍କୁଲ ଶିକ୍ଷକ କହିଛନ୍ତି। ପ୍ରଶ୍ନ ଉଠୁଛି, ବାହାରେ କାମ କରୁଥିବା ପରୀକ୍ଷାର୍ଥୀଙ୍କ ଫର୍ମ କିଏ ପୂରଣ କରିଥିଲା?
- ଅନୁଦାନ ବନ୍ଦ ହେବାର ଭୟ
- ପିଲାଙ୍କ ଫର୍ମ ଭରୁଛନ୍ତି ଶିକ୍ଷକ
ତେବେ ଅନୁସନ୍ଧାନ ବେଳେ ଜଣାପଡିଛି ୩୦ ପିଲା ନ ରହିଲେ ସ୍କୁଲ ବନ୍ଦ ହେବାର ଭୟ ଥିବାରୁ ଶିକ୍ଷକ ଭରୁଛନ୍ତି ଫର୍ମପୂରଣ ଖର୍ଚ୍ଚ? ତେଣୁ ଏହି ବଢୁଥିବା ସଂଖ୍ୟାକୁ ବୋର୍ଡ ନଜରରେ ରଖିଛି । କିଛି ଅନୁଦାନପ୍ରାପ୍ତ ସ୍କୁଲ ଏଭଳି ମିଛ ତଥ୍ୟ ଦେଇ ଫର୍ମ ଫିଲପ କରୁଛନ୍ତି । ୩ ବର୍ଷରେ ମାଟ୍ରିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ନିଶ୍ଚିତ ରୂପେ ଚିନ୍ତାଜନକ ।
ପ୍ରତିବର୍ଷ ମାଟ୍ରିକ ଫର୍ମଫିଲପ କରିବା ସମୟରେ ପରୀକ୍ଷାରେ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସଂଖ୍ୟା ବଢୁଛି । ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ପ୍ରଥମ ଦୁଇଟି ପରୀକ୍ଷା ଦେଇ ନଥିବା ଜଣାପଡିଛି। ତେଣୁ ଏବେ ବି ଏତେ ସଂଖ୍ୟାରେ ପିଲା କାହିଁକି ପରୀକ୍ଷା ଦେଉନାହାନ୍ତି, ତାର ଯାଂଚ ହେବା ଆବଶ୍ୟକ।