ଚାଷୀ ମୁଣ୍ଡରେ ଚଡ଼କ  । ଅଦିନିଆ ବର୍ଷା ଉଜାଡିଦେଲା ଅମଳ ଫସଲ

ଚାଷୀ ମୁଣ୍ଡରେ ଚଡ଼କ  । ଅଦିନିଆ ବର୍ଷା ଉଜାଡିଦେଲା ଅମଳ ଫସଲ । ମଣ୍ଡିକୁ ନେବା ପୂର୍ବରୁ ଗଜା ହୋଇଗଲା ଧାନ  । ମିଲର୍ସ ଓ ଦଲାଲଙ୍କ ସହ କଟନୀଛଟନୀ ବଢ଼ାଇଲାଣି ଚିନ୍ତା ।

 crop damage , kalahandi

crop damage , kalahandi Photograph: (KanakNews)

କନକ ବ୍ୟୁରୋ:  ଅଦିନିଆ ବର୍ଷାରେ ଗଜା ହୋଇଗଲା ଧାନ । ଅମଳ ଫସଲରୁ ଲାଭ ପାଇବାର ଆଶା ରଖିଥିବା ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ । ମଣ୍ଡିରେ ବିକିବେ କଣ ? ଏବେଠୁ ଗଜା ହୋଇଗଲାଣି ଧାନ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଗତ ମାସ ୨୦ ତାରିଖ ଠାରୁ ମଣ୍ଡି ଆରମ୍ଭ ହୋଇଛି । ରବି ଧାନ ଅମଳ ସମୟ ହୋଇଥିବା ବେଳେ ୫୦ ପ୍ରତିଶତ ପାଚିଲା ଧାନ ଏବେ ବିଲରେ ଆଉ ଖଳାରେ ପଡ଼ିରହିଛି । କିଛି ଦିନ ହେବ ବର୍ଷା ମାଡ଼ ଖାଇ ଧାନ ତଳେ ପଡ଼ିଯାଇଛି । ଚାଷୀ ବିଲରୁ କାଟିନଥିବା ଧାନ ଓ ଖଳାରେ ରଖିଥିବା ଧାନ ଗଜା ବି ହୋଇଗଲାଣି । ଧାନ ଓଦା ହୋଇ ଯାଇଥିବାରୁ ମିଲର୍ସ ଧାନ କଟନୀଛଟନୀ ଆରମ୍ଭ କରିଦେଲେଣି । ଯାହାକୁ ନେଇ ଘୋର ଚିନ୍ତାରେ ଚାଷୀ ।

ଚାଷୀ ଓଦା ଧାନ ବିକ୍ରି କରିବା ପାଇଁ ଏବେ ଦଲାଲ୍ ସହିତ ମୂଲଚାଲ ଆରମ୍ଭ କଲାଣି । କଷ୍ଟ ଉପାର୍ଜିତ ଧାନ ବିକିବା ପାଇଁ ଚାଷୀଙ୍କ ନିଦ ହଜିଯାଇଛି । କେତେ ଆଶାରେ ଚାଷ କରିଥିଲେ । ଅମଳ ପୂର୍ବରୁ ହିଁ ନଷ୍ଟ ହୋଇଯାଇଛି ଏକର ଏକର ଅମଳ ଧାନ । ଦଲାଲ୍ ଉପଦ୍ରବ ଆରମ୍ଭ ହୋଇଗଲାଣି । ଏବେ ଚାଷୀଙ୍କୁ ଲୁଟିବା ଆରମ୍ଭ କରିଛନ୍ତି ଦଲାଲ୍ ଓ ମିଲର୍ସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe