ଫକୀରମୋହନ କଲେଜ ଘଟଣା, କନକ ନ୍ୟୁଜ୍ ହାତରେ ଲାଗିଲା ଆଇସିସିର ତଦନ୍ତ ରିପୋର୍ଟ

ଏହାସହ ଅଭିଯୁକ୍ତ ଏଚଓଡ଼ି ସମୀର ସାହୁଙ୍କର କୌଣସି ତ୍ରୁଟି ନଥିବା କଥା ଆଇସିସି ତା'ର ରିପୋର୍ଟରେ ଉଲ୍ଲେଖ କରିଥିଲା । ଆଉ ଏହି ରିପୋର୍ଟ ଆଇସିସି ଫକୀରମୋହନ କଲେଜ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲା । ଆଇସିସି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି କି, ଅଭିଯୋଗକାରିଣୀ ଛାତ୍ରୀଙ୍କ ସହ ଏଚଓଡ଼ି ସମୀର ସାହୁ କୌଣସି ଅପମାନଜନକ ବ୍ୟବହାର କରିନାହାଁନ୍ତି ।

86

କନକ ବ୍ୟୁରୋ : ଫକୀରମୋହନ କଲେଜରେ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ବଡ଼ ତଥ୍ୟ ଲାଗିଛି କନକ ନ୍ୟୁଜ୍ ହାତରେ । ବିଶେଷ କରି ଛାତ୍ରୀ ଜଣଙ୍କ ଯେଉଁ ଏଚଓଡିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସେନେଇ ଏକ ବଡ଼ ଖୋଲାସା ହୋଇଛି । ଆଇସିସି କମିଟି ତଦନ୍ତ କରି ଯେଉଁ ରିପୋର୍ଟ ପ୍ରଦାନ କରିଥିଲା ସେଥିରେ ସେ ଅଭିଯୁକ୍ତ ଏଚଓଡିଙ୍କୁ କ୍ଲିନଚିଟ୍ ଦେଇଥିଲା । ପୀଡ଼ିତାଙ୍କ ସମସ୍ତ ଅଭିଯୋଗକୁ ଆଇସିସି ଭୁଲ ପ୍ରମାଣିତ କରିଥିଲା । ଏହାସହ ଅଭିଯୁକ୍ତ ଏଚଓଡ଼ି ସମୀର ସାହୁଙ୍କର କୌଣସି ତ୍ରୁଟି ନଥିବା କଥା ଆଇସିସି ତା'ର ରିପୋର୍ଟରେ ଉଲ୍ଲେଖ କରିଥିଲା । ଆଉ ଏହି ରିପୋର୍ଟ ଆଇସିସି ଫକୀରମୋହନ କଲେଜ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲା । ଆଇସିସି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି କି, ଅଭିଯୋଗକାରିଣୀ ଛାତ୍ରୀଙ୍କ ସହ ଏଚଓଡ଼ି ସମୀର ସାହୁ କୌଣସି ଅପମାନଜନକ ବ୍ୟବହାର କରିନାହାଁନ୍ତି । ପିଲା ଠିକ୍ ସମୟରେ କଲେଜ ଆସୁନଥିଲେ, ତେଣୁ ଏଚଓଡ଼ି ସେମାନଙ୍କୁ ବାଟକୁ ଫେରାଇଆଣିବାକୁ ପରାମର୍ଶ ଦେଇଥିଲେ । ଏହାସହ ପୀଡ଼ିତା ଯେଉଁ ଖେଳପଡ଼ିଆ ନିକଟରେ ଘଟିଥିବା ଘଟଣା ଅଭିଯୋଗରେ ଉଲ୍ଲେଖ କରିଥିଲେ ତା'ର କିଛି ପ୍ରମାଣ ମିଳିନଥିବା ଆଇସିସି ତା'ର ରିପୋର୍ଟରେ ଉଲ୍ଲେଖ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe