କନକ ବ୍ୟୁରୋ : ରାଜଧାନୀରେ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ । ଅଭିଯୁକ୍ତ ତଥା ଘରର ମାଲିକଙ୍କୁ ଗିରଫ କରିଛି କମିସନରେଟ ପୁଲିସର ସ୍ପେଶାଲ ଟିମ୍ । ବେଆଇନ ବାଣ ବିକ୍ରି ନେଇ ଏକ୍ସପ୍ଲୋସିଭ ଆକ୍ଟରେ ମାମଲା ରୁଜୁ କରିଥିଲା ପୁଲିସ । ସେପଟେ ଫେରାର ବାପାକୁ ଧରିବାକୁ ପୁଲିସ ଆରମ୍ଭ କରିଛି ଖୋଳତାଡ଼ କରୁଥିବା ଭୁବେନଶ୍ୱର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

Advertisment

ସୂଚନା ମୁତାବକ ଭୁବନେଶ୍ୱର ଇନଫୋସିଟି ଥାନା ନିକଟରେ ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରୁ ବର୍ତ୍ତିଲା ଏକାଧିକ ଜୀବନ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ଘରେ ବିସ୍ଫୋରଣ ଘଟିଛି, ସେଠାରେ ୨୧ଜଣ ଝିଅ ଭଡ଼ାରେ ରହୁଥିଲେ । ଆଉ ଯେତେବେଳେ ବିସ୍ଫୋରଣ ଘଟିଲା, ସେତେବେଳେ ଘର ଭିତରେ କେହି ନଥିଲେ । ଯଦି ସେମାନେ ଘରେ ଥାନ୍ତେ, ତାହେଲେ କୌଣସି ଅଘଟଣକୁ ଏଡ଼ାଇ ଦିଆଯାଇପାରିନଥାନ୍ତା ।