ଆଉ କିଣିବାନି ରାସାୟନିକ ସାର; ଶପଥ ନେଉଛୁ, ଜୈବିକ ଚାଷ କରିବୁ

Advertisment

ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଛନ୍ତି ମହିଳା ଓ ପୁରୁଷ ଚାଷୀ । ହାତରେ ଗୋଟିଏ ଲେଖାଏଁ ଧଳା କାଗଜ । ଶପଥ ନେଉଛନ୍ତି ଚାଷ ଶୈଳୀରେ ପରିବର୍ତ୍ତନ କରିବେ । ଜୈବିକ ସାର ପ୍ରସ୍ତୁତ କରି ନିଜ ଜମିରେ ପ୍ରୟୋଗ କରିବେ । ଆଉ ପ୍ରୟୋଗ କରିବେନି ରାସାୟନିକ ସାର ।

ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଛନ୍ତି ମହିଳା ଓ ପୁରୁଷ ଚାଷୀ । ହାତରେ ଗୋଟିଏ ଲେଖାଏଁ ଧଳା କାଗଜ । ଶପଥ ନେଉଛନ୍ତି ଚାଷ ଶୈଳୀରେ ପରିବର୍ତ୍ତନ କରିବେ । ଜୈବିକ ସାର ପ୍ରସ୍ତୁତ କରି ନିଜ ଜମିରେ ପ୍ରୟୋଗ କରିବେ । ଆଉ ପ୍ରୟୋଗ କରିବେନି ରାସାୟନିକ ସାର ।

chemical fertilizers

chemical fertilizers Photograph: (Kanak News)

କନକ ବ୍ୟୁରୋ : ଚାଷରେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଗୋଟିଏ ବଡ଼ ପ୍ରସଙ୍ଗ ଭାବେ ଉଭା ହେଲାଣି । ଏଇଥିପାଇଁ ଯେ କ୍ୟାନସର୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପଛରେ ଏହାକୁ ଅନେକ କାରଣ ବୋଲି କହୁଛନ୍ତି । ଠିକ୍ ଏମିତି ସମୟରେ କୋରାପୁଟ କୋଟପାଡ଼ରୁ ଭିନ୍ନ ଏକ ଖବର ସାମ୍ନାକୁ ଆସିଛି । ଚାଷୀମାନେ ଶପଥ ନେଇଛନ୍ତି, ସେମାନେ ଜୈବିକ ଚାଷ କରିବେ । ମହାପ୍ରଭୁ ଖାଇବେ ସେମାନଙ୍କର ଜମିର ଚାଉଳ ।

ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଛନ୍ତି ମହିଳା ଓ ପୁରୁଷ ଚାଷୀ । ହାତରେ ଗୋଟିଏ ଲେଖାଏଁ ଧଳା କାଗଜ । ଶପଥ ନେଉଛନ୍ତି ଚାଷ ଶୈଳୀରେ ପରିବର୍ତ୍ତନ କରିବେ । ଜୈବିକ ସାର ପ୍ରସ୍ତୁତ କରି ନିଜ ଜମିରେ ପ୍ରୟୋଗ କରିବେ । ଆଉ ପ୍ରୟୋଗ କରିବେନି ରାସାୟନିକ ସାର । ଜମିରେ କୀଟନାଶକ ପ୍ରୟୋଗ ନ କରି ଜୈବିକ ଔଷଧ ବ୍ୟବହାର କରିବେ । କିଛି ଚାଷୀ ପୂର୍ବରୁ ପରୀକ୍ଷାମୂଳକ ଭାବେ ୨୦ରୁ ଅଧିକ ଚାଷୀ ଜୈବିକ ପଦ୍ଧତିରେ ଧାନ ଚାଷ କରି ସଫଳ ହୋଇଛନ୍ତି । ଏହି ସଫଳତା ତାଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ବଳ ଦେଇଛି । କେବଳ ସେତିକି ନୁହେଁ, ଜୈବିକ ଚାଷ କଲେ ଉତ୍ପାଦନ ସିନା କମୁଛି, ଦାମ୍‌ କିନ୍ତୁ ଅଧିକ ମିଳୁଛି । ଏପରିକି ପୁରସ୍କୃତ ହେଉଛନ୍ତି ।

ଧାନ ଜମିରେ ଶପଥ ନେବା ବଡ଼ ପରିବର୍ତ୍ତନ ଆଡ଼କୁ ଇସାରା କରୁଛି । ଅଧିକାଂଶ ଚାଷୀ ରାସାୟନିକ ଔଷଧ ଓ ସାରର ପ୍ରୟୋଗ କରୁଛନ୍ତି । ବିଶେଷଜ୍ଞଙ୍କର କହିବା କଥା, ସେମାନଙ୍କୁ ପୂର୍ବରାସ୍ତାକୁ ଫେରାଇ ଆଣିବାକୁ ପ୍ରଭୁ ଜଗନ୍ନାଥ ହିଁ ବାଟ ଦେଖାଇଛନ୍ତି । ଏବେ ସେମାନେ ମହାପ୍ରଭୁଙ୍କ ନାଁ ନେଇ ଶପଥ ପାଠ କଲେ । ଏମିତିରେ ବି ଏହି ଚାଷର ଅମଳ ଚାଉଳ ସିଧା ମହାପ୍ରଭୁଙ୍କ ପାଖକୁ ଯିବ । ଚଳିତ ବର୍ଷ ଖରିଫରେ ଜୈବିକ ପଦ୍ଧତିରେ ୮୦ ହେକ୍ଟର ଜମିରେ ବାସନା ଧାନ ଚାଷ ହୋଇଛି । ଏହା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମ ବୋଲି ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe