ରବିନ ଉଥପ୍ପାଙ୍କ ବିରୁଦ୍ଧରେ ପ୍ରୋଭିଡେଣ୍ଟ ଫଣ୍ଡ୍‌ ଜାଲିଆତି ଅଭିଯୋଗ । ଗିରଫ ପରୱାନା ଜାରି

ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥପ୍ପାଙ୍କ ବିରୁଦ୍ଧରେ ପ୍ରୋଭିଡେଣ୍ଟ ଫଣ୍ଡ୍‌ ଜାଲିଆତି ଅଭିଯୋଗ । ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି ହୋଇଛି । ଡିସେମ୍ବର ୨୭ ତାରିଖ ସୁଦ୍ଧା ତାଙ୍କୁ ଗିରଫ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି । 

ଅଦ୍ୟତନ ହୋଇଛି
Robin uthhapa

Robin uthhapa Photograph: (Robin uthhapa)

କନକ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥପ୍ପାଙ୍କ ବିରୁଦ୍ଧରେ ପ୍ରୋଭିଡେଣ୍ଟ ଫଣ୍ଡ୍‌ ଜାଲିଆତି ଅଭିଯୋଗ । ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି ହୋଇଛି । ଆଞ୍ଚଳିକ କମିଶନର୍ ସଦାକେଶରୀ ଗୋପାଳ ରେଡ୍ଡି ଏହି ଅର୍ଡର ଜାରି କରିଥିବା ବେଳେ ପୁଲାକାଶୀନଗର ପୋଲିସଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଥପ୍ପା ସେଞ୍ଚୁରିଜ୍ ଲାଇଫଷ୍ଟାଇଲ୍ ବ୍ରାଣ୍ଡ ପ୍ରାଇଭେଟ୍ ଲିମିଟେଡ୍‌ ନାମକ ଏକ କମ୍ପାନିର ପ୍ରବନ୍ଧକ ଥିଲେ । ତାଙ୍କ ଉପରେ ଅଭିଯୋଗ ଯେ ସେ କର୍ମଚାରୀଙ୍କର ପିଏଫ ବାବଦ ପାଇଁ ଦରମାରୁ ଟଙ୍କା କାଟିଥିଲେ, କିନ୍ତୁ ଏହା ସେମାନଙ୍କ ଖାତାରେ ଜମା କରିନଥିବା ଅଭିଯୋଗ ହୋଇଛି । କର୍ମଚାରୀଙ୍କର ଏହି ପିଏଫ୍‌ ରାଶି ପ୍ରାୟ ୨୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଡିସେମ୍ବର ୨୭ ତାରିଖ ସୁଦ୍ଧା ତାଙ୍କୁ ଗିରଫ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି । 

ରବିନ ଉଥପ୍ପା ଭାରତ ପାଇଁ ୫୯ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୧୧୮୩ ରନ୍‌ କରିଛନ୍ତି । ଯେଉଁଥିରେ ୭ଟି ଅର୍ଦ୍ଧ ଶତକ ସାମିଲ ରହିଛି । ଏହା ସହିତ ସେ ଆଇପିଏଲ୍‌ରେ ବି ଚମତ୍କାର ପ୍ରଦର୍ଶନ ଷ୍ଟାର୍ ପାଲଟି ଯାଇଥିଲେ । ଏବେ ତାଙ୍କ ନାମରେ ପ୍ରୋଭିଡେଣ୍ଟ୍ ଫଣ୍ଡ ଜାଲିଆତି ଅଭିଯୋଗ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe