କନକ ବ୍ୟୁରୋ : ସାଲେପୁର ସହରର ମାଛୁଆତିସ୍ଥିତ ଦୀର୍ଘବର୍ଷ କମ୍ପ୍ୟୁଟର କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ପୂଜାଶ୍ରୀ ମଲ୍ଲିକଙ୍କର(୨୭) ଦୁଇଦିନ ତଳେ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଥିଲା । ତାଙ୍କ ବିୟୋଗରେ ଆଜି ସାଲେପୁର ଇଲୋକ୍ଟ୍ରୋବଜାର ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ପ୍ରତିଷ୍ଠାନର ମ୍ୟାନେଜିଂ ଡାଇରେକ୍ଟର ଉମାକାନ୍ତ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ପୂଜାଶ୍ରୀ ଜଣେ ଉଚ୍ଚକୋଟିର କର୍ମଚାରୀ ଥିଲେ ବୋଲି ଶ୍ରୀ ଦାଶ କହିଥିଲେ ।
ପ୍ରତିଷ୍ଠାନର ଡାଇରେକ୍ଟର ମୁଧୁସ୍ମିତା ଦାଶ, ମୁଧୁସ୍ମିତା ସ୍ଵାଇଁ, ରିୟାଜ୍ ଅହେମ୍ମଦ ଖାନ୍, ଦୁର୍ଗାପ୍ରସାଦ କର, ମନୋରଞ୍ଜନ ପାଲ୍, ସତ୍ୟବ୍ରତ ବାରିକ, ପ୍ରଶାନ୍ତ କୁମାର ତରାଇ, ବାବୁଲି ସାମଲ, ଅବନିକାନ୍ତ ଦାସ, ସ୍ବୟଂପ୍ରକାଶ ବେହେରା, ଜୟପ୍ରକାଶ ପୃଷ୍ଟି, ଚୈତନ୍ୟ ବାରିକ, ସୁମିତ୍ରା ସାମଲ, ଦିଲ୍ଲୀପ କୁମାର ଦାଶ, ଦୁଷ୍ମନ୍ତ ଦାସ, ଆକାଶ ଭୂୟାଁ, ସୁବ୍ରତ ରାଉତ, ଦିଲ୍ଲୀପ କୁମାର ସାହୁ, ମନୋଜ କୁମାର ପରିଡା, ଲକ୍ଷ୍ମୀକାନ୍ତ ରାଉଳ, କରୁଣାକର ରାଉତ, ଶାଶ୍ବତି ଭୂୟାଁ, ଆକାଶ କୁମାର ପଣ୍ଡା, ଚିତ୍ତରଂଜନ ଭୋଇ, ଅରିନ୍ଦମ୍ ଜେନା, ଅକ୍ଷୟ ରାଉତରାୟ, ଜ୍ୟୋତିପ୍ରକାଶ ଜେନା, ଅନୀଲ କୁମାର ସେଠୀ, ସେକ୍ ସାକିର ହୁସେନ୍, ସମ୍ମିମ୍ ଖାନଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କ ସ୍ମୃତିଚାରଣ କରିଥିଲେ ।