ଜୟଶଙ୍କରଙ୍କ ବୟାନରେ ପାକ୍‌  ରେ ଝଡ । ଏମିତି କଣ କହିଦେଲେ  ଜୟଶଙ୍କର.. ?

Advertisment

ଅମେରିକା ପ୍ରେସ କନଫରେନ୍ସରେ କଣ କହିଲେ ଜୟଶଙ୍କର ? ବୟାନରେ ପାକ୍‌  ରେ ସୃଷ୍ଟି ହେଲା ଝଡ ।

ଅମେରିକା ପ୍ରେସ କନଫରେନ୍ସରେ କଣ କହିଲେ ଜୟଶଙ୍କର ? ବୟାନରେ ପାକ୍‌  ରେ ସୃଷ୍ଟି ହେଲା ଝଡ ।

  ପାକ୍‌ ରେ ଜୟଶଙ୍କରଙ୍କୁ ନେଇ ଚର୍ଚ୍ଚା

Photograph: (kanaknews)

କନକ ବ୍ୟୁରୋ: ଭାରତ କେବେ ପାକିସ୍ତାନ ସହ ବ୍ୟବସାୟ ବନ୍ଦ କରିନଥିଲା  ବରଂ ନିଜେ ପାକିସ୍ତାନ ଏହା ଆରମ୍ଭ କରିଥିଲା । ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର । ଯାହାକୁ ନେଇ ପାକିସ୍ତାନରେ ସୃଷ୍ଟି ହୋଇଛି ହଙ୍ଗାମା ଆଉ ତର୍କ ବିତର୍କ । ଜୟଶଙ୍କର କହିଥିଲେ ଭାରତ ତ  ପାକିସ୍ତାନକୁ ମୋଷ୍ଟ ଫେବର୍ଡ ନେସନ ମାନ୍ୟତା ଦେଇଥିଲା । କିନ୍ତୁ ଭାରତକୁ ପାକିସ୍ତାନ ତରଫ ରୁ ଏପରି ମାନ୍ୟତା ପ୍ରଦାନ କରାଯାଇନି । ବାଶ୍‌  ଜୟଶଙ୍କରଙ୍କ ଏତିକି କଥାରେ ପାକିସ୍ତାନରେ ହଙ୍ଗାମା ମଚିଥିଲା । କଥା ଏତିକିରେ ସରିନଥିଲା ଜୟଶଙ୍କର ଆଗକୁ  ଆହୁରି ମଧ୍ୟ କହିଥିଲେ ଯେ ଏପର୍ଯ୍ୟନ୍ତ ଭାରତ ପାକ୍‌ ସହ  ବାଣିଜ୍ୟ  କ୍ଷେତ୍ରରେ କୌଣସି ପଦକ୍ଷେପ ନେଇନାହିଁ କିମ୍ବା ପାକିସ୍ତାନ ପକ୍ଷରୁ ଏପରି କିଛି କରାଯାଇନାହିଁ ।  ଆମେରିକାର ଏକ ପ୍ରେସକନଫରେନ୍ସରେ  ଜୟଶଙ୍କର  ବାଣିଜ୍ୟବ୍ୟବସାୟ ବୟାନକୁ ନେଇ ପାକ୍‌ ରେ  ହଲଚଲ  ମଚିଛି ।  

ପୂର୍ବତନ ପାକିସ୍ତାନୀ କୂଟନୀତିଜ୍ଞ ଅବଦୁଲ ବାସିତ କହିଛନ୍ତି, ଭାରତର ବିଦେଶ ମନ୍ତ୍ରୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍‌ କଥା । ବହୁତ ବର୍ଷ ପୂର୍ବରୁ ଭାରତ ପାକିସ୍ତାନକୁ ମୋଷ୍ଟ ଫେବର୍ଡ  ନେସନର ମାନ୍ୟତା ଦେଇଥିଲା । କିନ୍ତୁ ଆମର ଅର୍ଥବ୍ୟବସ୍ଥା ଖୁବ୍‌ ଛୋଟ  ତେଣୁ ଭାରତକୁ  ମଧ୍ୟ ଏହି ମାନ୍ୟତା ଦେବା ଆମ ପାଇଁ  ଅସମର୍ଥ ଥିଲୁ  । ଭାରତ- ପାକିସ୍ତାନର ବ୍ୟବସାୟକୁ  ପାକିସ୍ତାନ ତରଫରୁ ପ୍ରଥମେ ବନ୍ଦ କରାଯାଇଥିଲା ଏହା  ସ୍ବିକାର କରିଥିଲେ ଅବ୍ଦୁଲ ବାସିତ।  କିନ୍ତୁ ପରମୂହୁର୍ତ୍ତରେ ସେ କହିଥିଲେ  ୨୦୧୯ ରେ ଯେତେବେଳେ  ପୁଲୱାମା  ଆଟାକ  ହୋଇଥିଲା  ସେତେବେଳେ ଭାରତ ମୋଷ୍ଟ ଫେବର୍ଡ ନେସନର ମାନ୍ୟତା  ପାକ ଠାରୁ ଛଡାଇନେଇଥିଲା । ଏଥିସହିତ ପାକ ର ଜିନିଷପତ୍ର ଉପରେ ୨୦୦ ପ୍ରତିଶତ ଟ୍ୟାକ୍ସ  ଲଗାଇଦେଇଥିଲା ଭାରତ।  ଯାହାଦ୍ବାରା ପାକକୁ କ୍ଷତି ସହିବାକୁ ପଡିଥିଲା ବୋଲି କହିଥିଲେ ବାସିତ୍‌ ।  

ସେ ଆହୁରି ମଧ୍ୟ କହିଥିଲେ, ଭାରତ ଏକ ବଡ ଦେଶ  ତେଣୁ ଭାରତ ତରଫରୁ ପ୍ରଥମେ ବ୍ୟବସାୟ ଆରମ୍ଭ କରିବା  ପାଇଁ ପଦକ୍ଷେପ  ନେବା ଉଚିତ୍‌ ବୋଲି କହିଛନ୍ତି ଅବ୍ଦୁଲ ବାସିତ୍‌।    ଏଥିସହିତ ମୋଷ୍ଟ  ଫେବର୍ଡ ନେସନ ର ମାନ୍ୟତା କୁ ପୁନଃନିଯୁକ୍ତ କରିବା  ଦରକାର । ଯଦି ଭାରତ ଚାହୁଁଛି ପାକିସ୍ତାନ ସହ ସମ୍ପର୍କ ସୁଧିରି ଯାଉ ତେବେ ଭାରତକୁ ଏପରି କରିବା ଦରକାର ବୋଲି ବାସିତ କହିଛନ୍ତି ।  ତେବେ ଏଥିରୁ ସ୍ପଷ୍ଟ  ଜଣାପଡୁଛି  ଭାରତ ସହ ବ୍ୟବସାୟ କରିବାକୁ ବ୍ୟାକୁଳ ହେଉଛି ପାକିସ୍ତାନ । ସେଥିପାଇଁ ତ ଅବ୍ଦୁଲ ବାସିତ କହିଥିଲେ ପ୍ରଥମେ  ବ୍ୟବସାୟ କ୍ଷେତ୍ରରେ ଭାରତ ପ୍ରଥମେ ପଦକ୍ଷେପ ନେଲେ ଭଲ ହୁଅନ୍ତା । ପାକ୍‌ ର ଅର୍ଥନେତିକ ସ୍ଥିତ ବହୁତ ସାଙ୍ଘାତିକ । ଏପଟେ ଆମେରିକାରେ ଟ୍ରମ୍ପ ସରକାର ସମ୍ପୂର୍ଣ୍ଣ ଭାରତର ସହଯୋଗରେ ।  ଭାରତ ସହ ଆମେରିକା ସମ୍ପର୍କ ଆହୁରି ମଜଭୁତ ହେଉଛି  । ବୋଧ୍‌ ହୁଏ ଏହା ଦେଖି ଭିତଃସ୍ତତ ହେଉଛି ପାକିସ୍ତାନ । ସେଥିପାଇଁ ଜୟଶଙ୍କରଙ୍କର ବୟାନରେ ପାକ୍‌ ରେ ବିତର୍କ ଆରମ୍ଭ ହୋଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe