ସ୍ବାସ୍ଥ୍ୟବୀମାର ପ୍ରିମିୟମ୍ କମ୍ ହେବ କେମିତି ?

Photo Credit : Kanak News

ମେଡିକାଲ୍ ଖର୍ଚ୍ଚରୁ ବଞ୍ଚିବା ପାଇଁ ହେଲଥ୍ ଇନ୍ସୁରାନ୍ସ ଏକ ଭଲ ବିକଳ୍ପ । ଯାହା ଆପଣଙ୍କୁ ଆର୍ଥିକ ସ୍ତରରେ ସିକ୍ୟୁରିଟି ପ୍ରଦାନ କରେ । ସ୍ବାସ୍ଥ୍ୟବୀମା ପ୍ରିମିୟମ୍ ଶୁଝିବା ପାଇଁ ଲୋକଙ୍କୁ ଅଧିକ ଟଙ୍କାର ଆବଶ୍ୟକତା ପଡ଼େ । ଅନେକ କ୍ଷେତ୍ରରେ ଲୋକ ପ୍ରିମିୟମ୍ ମଧ୍ୟ ଶୁଝିପାରନ୍ତି ନାହିଁ ।

Photo Credit : Kanak News

ଏକୋ ଇନ୍ସୁରାନ୍ସ ୨୦୨୪ ରିପୋର୍ଟ ମୁତାବକ , ୨୦୨୩-୨୪ ରେ ଏହି ପୋର୍ଟାଲରେ କ୍ଲେମ୍ ହୋଇଥିବା ୬୦ ହଜାର ଆକଳନ ଆଧାରରେ ଗତବର୍ଷ ଭାରତର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହେବା ଖର୍ଚ୍ଚ ୧୧.୩୫ % କୁ ବୃଦ୍ଧି ହୋଇଛି ।

Photo Credit : google

୨୦୨୩-୨୪ ରେ ଆଭରେଜ୍ କ୍ଳେମ୍ ସାଇଜ୍ ୭୦,୫୫୮ ଟଙ୍କା ଥିଲା , ଏହି କ୍ଲେମ୍ ବର୍ଷେ ପୂର୍ବରୁ ୬୨,୫୪୮ ଟଙ୍କା ଥିଲା । ଟଙ୍କାର ତାରତମ୍ୟରୁ ଅନୁମାନ ଲଗାଇପାରୁଥିବେ ଆଗାମୀ ଦିନରେ ମେଡିକାଲ୍ ଖର୍ଚ୍ଚ କେତେ ମହଙ୍ଗା ହେବ । ଏଭଳି ସ୍ଥିତିରେ ସ୍ବାସ୍ଥ୍ୟବୀମା ନେବା ଏବଂ ହେଲଥ୍ ଇନ୍ସୁରାନ୍ସର ପ୍ରିମିୟମକୁ କମ୍ କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ ।

Photo Credit : google

ପ୍ରଥମେ , କମ୍ ବୟସରୁ ଲୋକଙ୍କୁ ବୀମା ଆରମ୍ଭ କରିବା ଦରକାର । ଏଥିରେ ପ୍ରିମିୟମ୍ ତ କମ୍ ଲାଗେ , ଏହାଛଡ଼ା ଲଗାତାର ଜାରି ରଖିଲେ ବୋନସ୍ ମଧ୍ୟ ମିଳେ ।

Photo Credit : google

ଦ୍ବିତୀୟରେ ଫ୍ଲୋଟର୍ ହେଲଥ୍ ଇନ୍ସୁରାନ୍ସକୁ ଚୟନ କରିପାରିବେ । ଏହା ଏମିତି ଏକ ଇନ୍ସୁରାନ୍ସ ଯେଉଁଥିରେ ପୁରା ପରିବାରର ବୀମା କଭର୍ ହୋଇଥାଏ । ଏହା ବ୍ୟକ୍ତିଗତ ବୀମା ତୁଳନାରେ କମ୍ ପ୍ରିମିୟମର ଇନ୍ସୁରାନ୍ସ ହୋଇଥାଏ ।

Photo Credit : google

ତୃତୀୟରେ,ମୋଟ ପ୍ରିମିୟମର ପେମେଣ୍ଟ୍ କରିବା ପାଇଁ ପ୍ରଥମରୁ ହିଁ ଅଧିକ ଡିଡକ୍ଟିବଲ୍ସ ଆମାଉଣ୍ଟ୍ ଚୟନ କରିବା ଦରକାର । ଏହା ଏମିତି ଏକ ଆମାଉଣ୍ଟ୍ ଯାହା ଆପଣଙ୍କ ପ୍ରିମିୟମକୁ କମ୍ କରିଥାଏ ।

Photo Credit : Kanak News