ଅସରାଏ ବର୍ଷାରେ ଭାର୍ଗବୀ ନଦୀର ନବ ନିର୍ମିତ ପଥର ବନ୍ଧରୁ ଖସିଲା ପଥର, ଭୟଭୀତ ପିପିଲି ଓ ଖୋର୍ଦ୍ଧାର ୫୦ ରୁ ଅଧିକ ଗ୍ରାମବାସୀ

ବନ୍ୟା ବିପର୍ଯ୍ୟୟରେ ନଦୀବନ୍ଧର ସୁରକ୍ଷା ପାଇଁ ପିପିଲି ସଲଗ୍ନ ଖୋର୍ଦ୍ଧା ଜିଲ୍ଲା ତେରବାଟିଆ ଗାଁ ନିକଟ ଭାର୍ଗବୀ ନଦୀବନ୍ଧରେ ପଥର ପ୍ୟାକିଂ କରାଯାଇଛି । ସେଥିପାଇଁ ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଛି ।

}þKþþþþ

କନକ ବ୍ୟୁରୋ : ଅସରାଏ ବର୍ଷାରେ ଭୁଶୁଡ଼ିଲା ଭାର୍ଗବୀ ନଦୀର ନବ ନିର୍ମିତ ପଥର ବନ୍ଧ । ଭୟଭୀତ ନଦୀକୂଳିଆ ଗ୍ରାମବାସୀ । ବନ୍ୟା ବିପର୍ଯ୍ୟୟରେ ନଦୀବନ୍ଧର ସୁରକ୍ଷା ପାଇଁ ପିପିଲି ସଂଲଗ୍ନ ଖୋର୍ଦ୍ଧା ଜିଲ୍ଲା ତେରବାଟିଆ ଗାଁ ନିକଟ ଭାର୍ଗବୀ ନଦୀବନ୍ଧରେ ପଥର ପ୍ୟାକିଂ କରାଯାଇଛି । ସେଥିପାଇଁ ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଅସରାଏ ବର୍ଷାକୁ ସମ୍ଭାଳି ପାରିଲା ନାହିଁ ପଥର ପ୍ୟାକିଂ । ନିମ୍ନମାନର କାର୍ଯ୍ୟ ଯୋଗୁଁ ମାସେ ନପୂରୁଣୁ ବର୍ଷାରେ ପଥର ସବୁ ନଦୀ ଗର୍ଭକୁ ଭୁଶୁଡ଼ି ପଡିଛି । ଯାହାକୁ ଦେଖି ପିପିଲି ଓ ଖୋର୍ଦ୍ଧାର ୫୦ ଖଣ୍ଡ ଗାଁ ଲୋକ ଚିନ୍ତାରେ ପଡ଼ିଯାଇଛନ୍ତି । ଆଗକୁ ବର୍ଷା ବଢ଼ିଲେ ନଦୀରେ ବନ୍ୟା ଆସିଲେ ଅଞ୍ଚଳବାସୀ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe