୭ ମାସର ଶିଶୁକୁ କଚାଡ଼ି ମାରିଲା ନୃଶଂସ ବାପା ; ପାରିବାରିକ କଳହର କରୁଣ ପରିଣତି

ପାରିବାରିକ କଳହର କରୁଣ ପରିଣତି । ଢେଙ୍କାନାଳ କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ଗାଁରେ ୭ ମାସର ଶିଶୁ କନ୍ୟାକୁ କଚାଡ଼ି ମାରିଲା ମଦ୍ୟପ ବାପା । 

dhenkanal_

dhenkanal_ Photograph: (KanakNews)

କନକ ବ୍ୟୁରୋ: ଢେଙ୍କାନାଳ କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ୭ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଲା ମଦ୍ୟପ ବାପା । ସୂଚନା ଅନୁସାରେ,  ମୟୂରଭଞ୍ଜ ଉଦାସାହି ଗାଁର ସଞ୍ଜୟ ଚାତାର ଶ୍ବଶୁର ଘର କଣ୍ଟାପାଳ ଗାଁରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଗତ କିଛି ମାସ ହେବ କୌଣସି କାମଧନ୍ଦା ନକରି ଘରେ ବସି ରହୁଥିଲା । ଏହି କଥାକୁ ନେଇ ଗତକାଲି ପତ୍ନୀ ଜନନୀ ମୁଣ୍ଡା ଉଭୟ ମିଶି ଡିଲର ପାଖକୁ ଚାଉଳ ଆଣିବାକୁ ଯାଇ ଫେରିବାବେଳେ ବାଟରେ ଝଗଡ଼ା ଲାଗିଥିଲେ।  ରାଗରେ ସଞ୍ଜୟ ମଦ ପିଇ ମାତାଲ ଅବସ୍ଥାରେ ନିଜ ୭ ମାସର ଝିଅକୁ ଗାଁ ଦାଣ୍ଡରେ କଚାଡି ମାରି ଦେଇଥିବା ଅଭିଯୋଗ ହୋଇଛି । ସେପଟେ ସଞ୍ଜୟ ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । କଙ୍କଡ଼ାହାଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe