ଠିକଣା ସମୟରେ ପାନୀୟ ଜଳ ପ୍ରକଳ୍ପ ସାରିପାରିଲେନି ଠିକାଦାର; ତିନି ବର୍ଷରେ ସରିବା କଥା, ଅଧିକ ତିନି ବର୍ଷ ନେଲେଣି

Advertisment

ନବରଙ୍ଗପୁର ଜିଲ୍ଲାରେ ପାନୀୟଜଳ ଯୋଗାଣ ପାଇଁ ୪ଟି ମେଗା ପ୍ରକଳ୍ପ ୨୦୧୯ରେ ଆରମ୍ଭ ହୋଇଥିଲା । ୨୦୨୧ରେ ପ୍ରକଳ୍ପ କାର୍ଯ୍ୟ ସରିବା କଥା । କିନ୍ତୁ କାମ ନସରିବାରୁ ୬ ମାସ ସମୟ ବଢ଼ାଯାଇଥଲା । କିନ୍ତୁ ତାପରେ ୩ ବର୍ଷ ବିତିଥିଲେ ବି କାମ ସରିଲାନି ।

ନବରଙ୍ଗପୁର ଜିଲ୍ଲାରେ ପାନୀୟଜଳ ଯୋଗାଣ ପାଇଁ ୪ଟି ମେଗା ପ୍ରକଳ୍ପ ୨୦୧୯ରେ ଆରମ୍ଭ ହୋଇଥିଲା । ୨୦୨୧ରେ ପ୍ରକଳ୍ପ କାର୍ଯ୍ୟ ସରିବା କଥା । କିନ୍ତୁ କାମ ନସରିବାରୁ ୬ ମାସ ସମୟ ବଢ଼ାଯାଇଥଲା । କିନ୍ତୁ ତାପରେ ୩ ବର୍ଷ ବିତିଥିଲେ ବି କାମ ସରିଲାନି ।

Drinking water project

କନକ ବ୍ୟୁରୋ : କାର୍ଯ୍ୟରେ ବିଳମ୍ବ କରିବା ଦୁଇ ଠିକା ସଂସ୍ଥାକୁ ମହଙ୍ଗା ପଡିଛି । ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ କାରଣରୁ ଦୁଇ ଠିକା ସଂସ୍ଥା ଫାଇନ କରିଛି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ।

ନବରଙ୍ଗପୁର ଜିଲ୍ଲାରେ ପାନୀୟଜଳ ଯୋଗାଣ ପାଇଁ ୪ଟି ମେଗା ପ୍ରକଳ୍ପ ୨୦୧୯ରେ ଆରମ୍ଭ ହୋଇଥିଲା । ୨୦୨୧ରେ ପ୍ରକଳ୍ପ କାର୍ଯ୍ୟ ସରିବା କଥା । କିନ୍ତୁ କାମ ନସରିବାରୁ ୬ ମାସ ସମୟ ବଢ଼ାଯାଇଥଲା । କିନ୍ତୁ ତାପରେ ୩ ବର୍ଷ ବିତିଥିଲେ ବି କାମ ସରିଲାନି । ଏଥିସହ କାମ ଠିକ ଭାବେ ହେଉନଥିବା ଅଭିଯୋଗ ହୋଇଛି । ପାଇପ ବିଛାଇବା ବେଳେ ରାସ୍ତା ନଷ୍ଟ ହେବା ସହିତ ବହୁ ସ୍ଥାନରେ ପାଇପରୁ ପାଣି ଝରୁଥିବା ସାମ୍ନାକୁ ଆସିଛି । ଅନେକ ଘରକୁ ପାଇପ୍ ସଂଯୋଗ ହୋଇଥିଲେ ବି ପାଣି ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି ।

କାମରେ ବିଳମ୍ବ ଓ ଦାୟିତ୍ୱହୀନତା ପାଇଁ ଠିକାସଂସ୍ଥା ଜେଏମସି-ଜେଡବ୍ଲୁଆଇଏଲକୁ ୭କୋଟି ୪୪ ଲକ୍ଷ ଓ ଜେଭିପିଆରକୁ ୩ କୋଟି ଟଙ୍କା ଜରିମାନା କରାଯାଇଥିଲା । ୩ କୋଟି ଟଙ୍କା ଜରିମାନା ଆଦାୟ ହୋଇଛି । ତେବେ ଆଗକୁ ବାକି ଜରିମାନା ଆଦାୟ ସହିତ ପୁଣି କାମ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ ଓ ଜରିମାନା କରାଯିବ ବୋଲି ନବରଙ୍ଗପୁର ଆରଡବ୍ଲୁଏସଏସ ନିର୍ବାହୀ ଅଧିକାରୀ କହିଛନ୍ତି । ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରହିଛି ।

ନବରଙ୍ଗପୁର ଜିଲ୍ଲାରେ ଦୂଷିତ ପାଣି ପାଇଁ ଲୋକ ଝାଡ଼ାବାନ୍ତିରେ ପ୍ରାଣ ହରାଉଛନ୍ତି । ତେଣୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଲମତାଗୁଡ଼ାରେ ୧୪୯. ୩୯ କୋଟି, ଚାନ୍ଦିଲିଠାରେ ୪୦୩. ୯୪ କୋଟି, ଘାଟବାସୁଳିଠାରେ ୯୯ କୋଟି ଓ ଚନ୍ଦାହାଣ୍ଡିଠାରେ ୧୩୯. ୪୮ କୋଟି ଟଙ୍କାରେ ୪ଟି ପ୍ରକଳ୍ପ ନିର୍ମାଣ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe