କନକ ବ୍ୟୁରୋ : ନଡ଼ା ଜାଳିଲେ ମିଳିବନି ତ୍ରାହି, ଦେବାକୁ ହେବ ଡବଲ ଜରିମାନା । ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପ୍ରଦୂଷଣ ପାଇଁ ମୁଖ୍ୟ ଭାବେ ପଡୋଶୀ ରାଜ୍ୟରେ ନଡ଼ା ଜାଳିବାକୁ ଦାୟୀ କରାଯାଉଛି । ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ନଡ଼ା ଜାଳୁଥିବା ବ୍ୟକ୍ତିଙ୍କୁ ଦୁଇ ଗୁଣା ଜୋରିମାନା ଦେବାକୁ ନିର୍ଦେଶ ଦିଆଯାଇଛି । 

Advertisment

ନିୟମ ଅନୁସାରେ ୫ ଏକରରୁ ଅଧିକ ଜମି ଥିବା କୃଷକଙ୍କୁ ୩୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ସେହିପରି ୨ ଏକରରୁ କମ୍ ଜମି ଥିବା କୃଷକଙ୍କୁ ଜରିମାନା ୫ ହଜାର ଟଙ୍କା ଏବଂ ୨ ରୁ ୫ ଏକର ମଧ୍ୟରେ ଜମି ପାଇଁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ । ପ୍ରତିବର୍ଷ ଶୀତ ଦିନ ଆସିଲେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ନିଶ୍ବାସ ନେବା ମଧ୍ୟ ରାଜଧାନୀବାସୀଙ୍କ ପାଇଁ କଷ୍ଟକର ହୋଇ ପଡୁଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।