କନକ ବ୍ୟୁରୋ: ସରିଲା ଦୁର୍ଗାପୂଜା, ଆଜି ମା’ ନେବେ ମେଲାଣି। ନବରାତ୍ରର ପୂଜା ପରେ ଆଜି ମା’ ଜଗତଜନନୀଙ୍କୁ ବିଦାୟ ଦେବେ ଭକ୍ତବୃନ୍ଦ। ଟୁଇନ ସିଟିରେ ଭସାଣି ପାଇଁ ସବୁପ୍ରକାର ପ୍ରସ୍ତୁତି ହୋଇଛି। ଏନେଇ ପୋଲିସ୍ ଓ ପ୍ରଶାସନ ବୈଠକ କରି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। କେଉଁ ରାସ୍ତାରେ, କେମିତି ମୂର୍ତ୍ତି ସବୁକୁ ନିଆଯିବ, ସେନେଇ ସ୍ଥିର କରାଯାଇଛି। ଏହି ସମୟରେ କିପରି ଟ୍ରାଫିକ୍ ବ୍ୟବସ୍ଥା ରହିବ, ସେଥିପ୍ରତି ବି ଦୃଷ୍ଟି ଦିଆଯାଇଛି। ଏହାସହ କିପରି ବିଶୃଙ୍ଖଳା ନଘଟିବ, ଶାନ୍ତିଶୃଙ୍ଖଳା ବଜାୟ ରହିବ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୋଲିସ୍ ପକ୍ଷରୁ କଡ଼ା ନଜର ରଖାଯାଇଛି।
ସରିଲା ଦୁର୍ଗାପୂଜା, ଆଜି ମା’ ନେବେ ମେଲାଣି...ଭସାଣି ପାଇଁ ହୋଇଛି ଟୁଇନସିଟିରେ ସବୁପ୍ରକାର ପ୍ରସ୍ତୁତି
Advertisment
Follow Us