କନକବ୍ୟୁରୋ : ତାତିଲେ ଚାଷୀ, ପୋଡିଲେ ଧାନ। ମଣ୍ଡି ସ୍ଥାନାନ୍ତରିତକୁ ବିରୋଧ କରି ରାସ୍ତାରେ ଗର୍ଜିଲେ ଚାଷୀ । ଧାନ ବସ୍ତା ରଖି ଧାନକୁ ପୋଡିଛନ୍ତି। ନିଆଳି ବ୍ଲକ କସର୍ଦ୍ଦା ପଞ୍ଚାୟତ ଫାଣ୍ଡି ଛକରେ ଧାନ ବସ୍ତା ରଖି ଏଥିରେ ନିଆଁ ଲଗାଇଛନ୍ତି ଚାଷୀ ।  ଚାଷୀଙ୍କର ଏଭଳି ରାସ୍ତାରୋକ ଫଳରେ ଅଡସପୁରରୁ ଜଗତସିଂହପୁରକୁ ଯାଉଥିବା ମୁଖ୍ୟ ରାସ୍ତା କସର୍ଦ୍ଦା ଛକରେ ଶହ ଶହ ସଂଖ୍ୟାରେ ଗାଡି ମୋଟର ଅଟକି ରହିଛି ।  ଗୋଟିଏ ପଟେ ମଣ୍ଡିରୁ ସଠିକ ସମୟରେ ଧାନ ଉଠୁନଥିବା ବେଳେ ମଣ୍ଡି କାହିଁକି ସ୍ଥାନାନ୍ତର ହେଲା ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ।  

Advertisment