କନକବ୍ୟୁରୋ : ତାତିଲେ ଚାଷୀ, ପୋଡିଲେ ଧାନ। ମଣ୍ଡି ସ୍ଥାନାନ୍ତରିତକୁ ବିରୋଧ କରି ରାସ୍ତାରେ ଗର୍ଜିଲେ ଚାଷୀ । ଧାନ ବସ୍ତା ରଖି ଧାନକୁ ପୋଡିଛନ୍ତି। ନିଆଳି ବ୍ଲକ କସର୍ଦ୍ଦା ପଞ୍ଚାୟତ ଫାଣ୍ଡି ଛକରେ ଧାନ ବସ୍ତା ରଖି ଏଥିରେ ନିଆଁ ଲଗାଇଛନ୍ତି ଚାଷୀ । ଚାଷୀଙ୍କର ଏଭଳି ରାସ୍ତାରୋକ ଫଳରେ ଅଡସପୁରରୁ ଜଗତସିଂହପୁରକୁ ଯାଉଥିବା ମୁଖ୍ୟ ରାସ୍ତା କସର୍ଦ୍ଦା ଛକରେ ଶହ ଶହ ସଂଖ୍ୟାରେ ଗାଡି ମୋଟର ଅଟକି ରହିଛି । ଗୋଟିଏ ପଟେ ମଣ୍ଡିରୁ ସଠିକ ସମୟରେ ଧାନ ଉଠୁନଥିବା ବେଳେ ମଣ୍ଡି କାହିଁକି ସ୍ଥାନାନ୍ତର ହେଲା ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ।
ନିଆଳିରେ ଅଭାବନୀୟ ଘଟଣା : ମଣ୍ଡି ସ୍ଥାନାନ୍ତରକୁ ବିରୋଧ କରି ଧାନବସ୍ତା ଜାଳିଲେ ଚାଷୀ
ତାତିଲେ ଚାଷୀ, ପୋଡିଲେ ଧାନ। ମଣ୍ଡି ସ୍ଥାନାନ୍ତରିତକୁ ବିରୋଧ କରି ରାସ୍ତାରେ ଗର୍ଜିଲେ ଚାଷୀ । ଧାନ ବସ୍ତା ରଖି ଧାନକୁ ପୋଡିଛନ୍ତି। ନିଆଳି ବ୍ଲକ କସର୍ଦ୍ଦା ପଞ୍ଚାୟତ ଫାଣ୍ଡି ଛକରେ ଧାନ ବସ୍ତା ରଖି ଏଥିରେ ନିଆଁ ଲଗାଇଛନ୍ତି ଚାଷୀ ।
/kanak/media/media_files/2025/01/24/ZX6njXfDlyQ12ZeAZJDD.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)