ପ୍ରଚାର ଟଙ୍କା ଖାଇଗଲେ କି କଂଗ୍ରେସ ନେତା? ଥାନାରେ ରୁଜୁ ହେଲା ମାମଲା

Advertisment

ଦେଶର ସର୍ବପୁରାତନ ଦଳ କଂଗ୍ରେସର ସ୍ଥିତି ଓଡ଼ିଶାରେ କ’ଣ, ତାହା କାହାକୁ ଅଛପା ନାହିଁ। ରାଜ୍ୟରେ ସଂଗଠନକୁ ସଜାଡ଼ିବା ବଦଳରେ ପରସ୍ପର ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବାକୁ ପଛାଉନାହାନ୍ତି ନେତା।

ଦେଶର ସର୍ବପୁରାତନ ଦଳ କଂଗ୍ରେସର ସ୍ଥିତି ଓଡ଼ିଶାରେ କ’ଣ, ତାହା କାହାକୁ ଅଛପା ନାହିଁ। ରାଜ୍ୟରେ ସଂଗଠନକୁ ସଜାଡ଼ିବା ବଦଳରେ ପରସ୍ପର ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବାକୁ ପଛାଉନାହାନ୍ତି ନେତା।

wdwd

କନକ ବ୍ୟୁରୋ: ଦେଶର ସର୍ବପୁରାତନ ଦଳ କଂଗ୍ରେସର ସ୍ଥିତି ଓଡ଼ିଶାରେ କ’ଣ, ତାହା କାହାକୁ ଅଛପା ନାହିଁ। ରାଜ୍ୟରେ ସଂଗଠନକୁ ସଜାଡ଼ିବା ବଦଳରେ ପରସ୍ପର ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବାକୁ ପଛାଉନାହାନ୍ତି ନେତା। କେତେବେଳେ ଗୋଷ୍ଠୀ କନ୍ଦଳ ଓ କେତେବେଳେ ଦଳ ବିରୋଧୀ ବୟାନ। ଆଉ ଏବେ ପରେ ପ୍ରଚାର ଟଙ୍କା ହେରଫେରକୁ ନେଇ କଂଗ୍ରେସରେ କମ୍ପନ। ପ୍ରଚାର ଟଙ୍କା ଚଳୁ ନେଇ କଂଗ୍ରେସର ଶୀର୍ଷ ନେତୃତ୍ବଙ୍କ ବିରୋଧରେ ଥାନାରେ ମାମଲା ହୋଇଛି। ଅଭିଯୋଗ ଆସିବା ପରେ ନିଜକୁ କ୍ଲିନଚିଟ୍ ଦେଇ ପରୋକ୍ଷରେ ଏଆଇସିସି ସଦସ୍ୟ ଓ ପ୍ରଭାରୀଙ୍କ ଉପରକୁ ଦୋଷ ଠେଲିଛନ୍ତି ପୂର୍ବତନ ପିସିସି ସଭାପତି।

ପୁଣିଥରେ ଭୁଲ କାମ ପାଇଁ ଚର୍ଚ୍ଚାରେ ରାଜ୍ୟ କଂଗ୍ରେସ। ଏଥର ଗୋଷ୍ଠୀକନ୍ଦଳକୁ ନେଇ ନୁହେଁ ବରଂ ପ୍ରଚାର ଟଙ୍କାକୁ ନେଇ। ପ୍ରଚାର ଟଙ୍କା ଚଳୁ କରିବାକୁ ନେଇ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ନାଁରେ ଥାନାରେ ପହଞ୍ଚିଛି ମାମଲା। ରାଜ୍ୟ କଂଗ୍ରେସ ପ୍ରଭାରୀ, ପୂବର୍ତ୍ତନ ପିସିସି ସଭାପତି ଓ କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କ ନାଁରେ ଠକେଇ ମାମଲା ଆଣିଛନ୍ତି ଆଶୁତୋଷ ମହାପାତ୍ର। ଭରତପୁର ଥାନାରେ ରୁଜୁ ହୋଇଥିବା ଏଫଆଇଆରରେ ଅଭିଯୋଗକାରୀ ଦର୍ଶାଇଛନ୍ତି,

-    ଏଲଇଡି ଗାଡିରେ ପ୍ରଚାର ପାଇଁ ଆଡ୍ ଅନ୍ ସଂସ୍ଥା ସହ କଂଗ୍ରେସ ମୁଖିଆ କରିଥିଲେ ଚୁକ୍ତି
-    ଦେଢ କୋଟି ଟଙ୍କାରେ ହୋଇଥିଲା ଡିଲ୍
-    ଆଡଭାନ୍ସ ବାବଦକୁ ୮ ଲକ୍ଷ ଟଙ୍କା ମିଳିଥିଲା
-    ୧୦୦ଟି ଏଲଇଡି ଗାଡି ପ୍ରଚାରରେ ବୁଲିଥିଲା

କିନ୍ତୁ ଦଳର ଶୋଚନୀୟ ପରାଜୟ ପରେ ବଳକା ଟଙ୍କା ମିଳିଲାନି ବରଂ ଧମକ ମିଳିଲା। ନେତାଙ୍କ ନାଁରେ ଥାନାରେ ଅଭିଯୋଗ ପରେ ଏତଲା ରୁଜୁ ନହେବାରୁ କୋର୍ଟଙ୍କ ଛାଟ ବାଜିଥିଲା। 

ଠକେଇ ଭଳି ସାଂଘାତିକ ଅଭିଯୋଗ ଆସିବା ପରେ ନିଜକୁ କ୍ଲିନଚିଟ୍ ଦେଇ ପରୋକ୍ଷରେ ନିର୍ବାଚନ ଦାୟିତ୍ୱରେ ଥିବା ଏଆଇସିସି ସଦସ୍ୟ ଓ ପ୍ରଭାରୀଙ୍କ ଉପରକୁ ଦୋଷ ଠେଲିଛନ୍ତି ପୂର୍ବତନ ପିସିସି ସଭାପତି। ଏଆଇସିସିରୁ ଆସିଥିବା ଟଙ୍କାର ହିସାବ ନ ଦେଇ ଶରତ କହିଛନ୍ତି, ମୋତେ ବଦନାମ କରିବାକୁ ଚକ୍ରାନ୍ତ ଚାଲିଛି। ଅନ୍ୟପଟେ ପ୍ରଭାରୀଙ୍କ ସୁରକ୍ଷାରେ ବାହାରି ମୋକ୍କିମ କହିଛନ୍ତି, ଅଭିଯୋଗର କୌଣସି ସତ୍ୟତା ନାହିଁ।

୨୦୨୪ ନିର୍ବାଚନ ସମୟରେ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ କମ ଟଙ୍କା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏବେ ପ୍ରଚାର ଟଙ୍କା ଠକେଇ ପ୍ରସଙ୍ଗ ଉଠିବା ପରେ କଂଗ୍ରେସ ଆହୁରି ବଦନାମ ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe