ମାଡ଼ିଚାଲିଛି ଡାଇରିଆ ; ନେଉଛି ଗୋଟେ ପରେ ଗୋଟେ ମୁଣ୍ଡ

ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ିଚାଲିଛି ଡାଇରିଆ ।  ବାଲେଶ୍ବରକୁ ଡେଇଁବା ପରେ ଡାଇରିଆ କବଳରେ ୮ ଜିଲ୍ଲା । ଯାଜପୁର ରୋଡ଼ ମେଡିକାଲରେ ଜଣେ ମହିଳାଙ୍କ ମୃତ୍ୟୁ । ସବୁ ଜିଲ୍ଲାକୁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ।

diarrhoea spreads

diarrhoea spreads Photograph: (KanakNews)

କନକ ବ୍ୟୁରୋ: ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ିଚାଲିଛି ଡାଇରିଆ । ଏବେ ବାଲେଶ୍ବରକୁ ଡେଇଁଛି ଡାଇରିଆ । ବାଲେଶ୍ବର ଜିଲ୍ଲା ସୋରରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ଯାଜପୁରରେ ବଢ଼ିଲା ମୃତ୍ୟୁ ସଂଖ୍ୟା । ଯାଜପୁର ରୋଡ଼ ମେଡ଼ିକାଲରେ ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥିସହ ବେସରକାରୀ ଭାବେ କେବଳ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ୧୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି , ହେଲେ ସରକାରୀ ଭାବେ ସଂଖ୍ୟା ୭ ରହିଛି । ସେହିପରି କେନ୍ଦୁଝରରେ ୩ ଜଣ, କଟକରେ ୨ ଜଣ ଓ କେନ୍ଦ୍ରାପଡ଼ାରେ ଜଣେ ପ୍ରାଣ ହରାଇଛନ୍ତି । 

କଟକ ଜିଲ୍ଲା ନରସିଂହପୁରରେ ଜଣେ ଓ ଟାଙ୍ଗୀରେ ଜଣଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି । ଆଜି ସୁଦ୍ଧା ରାଜ୍ୟର ୮ଟି ଜିଲ୍ଲାରେ ଶହ ଶହ ଡାଇରିଆ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କେନ୍ଦୁଝର, ପୁରୀ ଓ ବାଲେଶ୍ବରରେ ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି । କିନ୍ତୁ ପ୍ରାୟ ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe