ମଣିଷଠାରୁ ମଣିଷଙ୍କୁ ଡେଉଁଛି ଜୀବାଣୁ ; ଝାଡ଼ାବାନ୍ତି ଏବେ ସେକେଣ୍ଡ ଟ୍ରାନ୍ସମିସନ୍ ଷ୍ଟେଜରେ ଅଛି :ଏମ୍ସ ନିର୍ଦ୍ଦେଶକ

ଝାଡ଼ାବାନ୍ତି ଏବେ ସେକେଣ୍ଡ ଟ୍ରାନ୍ସମିସନ ଷ୍ଟେଜରେ ଅଛି । ଜଳ ବାହିତ ଏହି ଜୀବାଣୁ ଏବେ ମଣିଷଙ୍କଠାରୁ ମଣିଷଙ୍କୁ ଡେଉଁଛି ବୋଲି କହିଛନ୍ତି ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ । 

Diarrhoea

Diarrhoea Photograph: (KanakNews)

କନକ ବ୍ୟୁରୋ: ଝାଡ଼ାବାନ୍ତି ଏବେ ସେକେଣ୍ଡ ଟ୍ରାନ୍ସମିସନ ଷ୍ଟେଜରେ ଅଛି । ଜଳ ବାହିତ ଏହି ଜୀବାଣୁ ଏବେ ମଣିଷଙ୍କଠାରୁ ମଣିଷଙ୍କୁ ଡେଉଁଛି । ଅର୍ଥାତ୍ ସଂକ୍ରମିତ ଅଞ୍ଚଳର ବ୍ୟକ୍ତି ଅନ୍ୟ ଅଞ୍ଚଳକୁ ଯିବା ଏବଂ ସେଠାରେ ଝାଡ଼ା କିମ୍ବା ବାନ୍ତି କଲେ ତାହା ପାଣି ସହ ମିଶି ସଂକ୍ରମଣ ବଢ଼ାଇଥାଏ ବୋଲି କହିଛନ୍ତି ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ । 

ଯାଜପୁରରୁ ଆରମ୍ଭ ହୋଇଥିବା ଏହି କଲେରା ଆଖପାଖ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଏଥିରେ ଏକାଧିକ ମୁଣ୍ଡ ଗଲାଣି । ଗତକାଲି ଯାଜପୁରରେ ସ୍ଥିତି ଅନୁଧ୍ୟାନ କରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଡ଼ା ଆଶୁତୋଷ ବିଶ୍ବାସ । ଅନ୍ୟପଟେ ଡାଇରିଆ ଓ କଲେରା କାହିଁକି ବ୍ୟାପୁଛି ତା’ର କାରଣ କହିଛନ୍ତି କେନ୍ଦ୍ରୀୟ ଟିମ୍ । ପାଣି ଯୋଗୁଁ ଏହା ବ୍ୟାପିବାରେ ଲାଗିଛି ବୋଲି ଟିମ୍ ପକ୍ଷରୁ କୁହାଯାଇଛି । 

ଯାଜପୁର ପରେ ଏବେ ବାଲେଶ୍ବରକୁ ଡେଇଁଛି ଡାଇରିଆ । ବାଲେଶ୍ବର ଜିଲ୍ଲା ସୋରରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପଟେ ଯାଜପୁରରେ ବଢ଼ିଛି  ମୃତ୍ୟୁ ସଂଖ୍ୟା । ଯାଜପୁର ରୋଡ଼ ମେଡ଼ିକାଲରେ ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ପରେ ପରେ କେନ୍ଦ୍ରାପଡ଼ା, କଟକ ଟାଙ୍ଗୀ , ଚୌଦ୍ବାର , ବାଙ୍କୀରେ ମଧ୍ୟ ଡାଇରିଆ ବ୍ୟାପିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe