କନକ ବ୍ୟୁରୋ: ଭୁବନେଶ୍ୱରରେ ପୁଲିସ ମହାନିର୍ଦ୍ଦେଶକଙ୍କ ମେଳି। ଲୋକସେବା ଭବନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ପ୍ରତି ରାଜ୍ୟରୁ ଆସିଥିବା ଡିଜିପି ଓ ଆଇଜିପି ଉପସ୍ଥିତ ଅଛନ୍ତି। ଆଜି ଦ୍ବିତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଦେଶବ୍ୟାପୀ ବଢ଼ୁଥିବା ସାଇବର ଅପରାଧ ଓ ଆଧୁନିକ ଜ୍ଞାନକୌଶଳ, ଉପକୂଳ ସୁରକ୍ଷା, ପୁଲିସ ନେତୃତ୍ବ ଏବଂ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହେବ। ଏହାସହ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ୩ ଅପରାଧିକ ଆଇନ ସମ୍ପର୍କରେ ଆଲୋକପାତ ହେବ।

Advertisment

ଡିଜିପି ସମ୍ମିଳନୀ; କ’ଣ ହୋଇପାରେ ଆଲୋଚନା?

  • ସୀମା ସୁରକ୍ଷା
  • ବୈଦେଶିକ ବ୍ୟାପାର
  • ଆତଙ୍କବାଦୀ ଅନୁପ୍ରବେଶ
  • ବାଂଲାଦେଶୀ ଅନୁପ୍ରବେଶ
  • ଆଭ୍ୟନ୍ତରୀଣ ସୁରକ୍ଷା
  • ନକ୍ସଲ ମୁକାବିଲା ରଣନୀତି
  • ଉପକୂଳ ସୁରକ୍ଷା
  • ପୁଲିସ ନେତୃତ୍ବ
  • ସାଇବର ଅପରାଧ ରୋକିବା
  • ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ଶାନ୍ତି ବଜାୟ
  • ନିଶା କାରବାର ରୋକିବା
  • ବିମାନ ବନ୍ଦରର ସୁରକ୍ଷା