ସମ୍ବଲପୁରରେ ଠିକାଦାରଙ୍କ ମନ୍‌ମାନି: ରାସ୍ତା ଉପରେ ଖୋଲାମେଲାରେ ପଡ଼ିଛି ବାଲି

Advertisment

ସମ୍ବଲପୁର ସହରରେ ବାଲି ପାଇଁ ସମସ୍ୟା ଦେଖାଦେଇଛି। ଜିଲ୍ଲାପାଳ ଅଫିସ ନିକଟରେ ଠିକାଦାର ବାଲି ଗଦା କରି ରଖିଛନ୍ତି। ରାସ୍ତା କବଜା ହେବା ଫଳରେ ଦୁର୍ଘଟଣା ଘଟିବା ସହ ସମ୍ୱଲପୁର ସହରରେ ଟ୍ରାଫିକ୍  ସମସ୍ୟା ସୃଷ୍ଟି ହେଉଛି।...

ସମ୍ବଲପୁର ସହରରେ ବାଲି ପାଇଁ ସମସ୍ୟା ଦେଖାଦେଇଛି। ଜିଲ୍ଲାପାଳ ଅଫିସ ନିକଟରେ ଠିକାଦାର ବାଲି ଗଦା କରି ରଖିଛନ୍ତି। ରାସ୍ତା କବଜା ହେବା ଫଳରେ ଦୁର୍ଘଟଣା ଘଟିବା ସହ ସମ୍ୱଲପୁର ସହରରେ ଟ୍ରାଫିକ୍  ସମସ୍ୟା ସୃଷ୍ଟି ହେଉଛି।...

wfdwdw

Photograph: (dwdwd)

କନକ ବ୍ୟୁରୋ: ସମ୍ବଲପୁର ସହରରେ ବାଲି ପାଇଁ ସମସ୍ୟା ଦେଖାଦେଇଛି। ଜିଲ୍ଲାପାଳ ଅଫିସ ନିକଟରେ ଠିକାଦାର ବାଲି ଗଦା କରି ରଖିଛନ୍ତି। ରାସ୍ତା କବଜା ହେବା ଫଳରେ ଦୁର୍ଘଟଣା ଘଟିବା ସହ ସମ୍ୱଲପୁର ସହରରେ ଟ୍ରାଫିକ୍  ସମସ୍ୟା ସୃଷ୍ଟି ହେଉଛି।...

ଠିକାଦାରଙ୍କ ମନମାନି। ରାସ୍ତାରେ ଗଦା କରିଛନ୍ତି ବାଲି । ସମ୍ବଲପୁରରେ ଜିଲ୍ଲାପାଳଙ୍କ ନୂଆ ଅଫିସ ନିର୍ମାଣ ପାଇଁ ଠିକାଦାର ରାସ୍ତାରେ ବାଲି ଗଦା କରିଛନ୍ତି। ନିୟମ ଅନୁସାରେ ବାଲି ଢାଙ୍କିକି ରଖିବା କଥା । ନଢ଼ାଙ୍କିବା ଫଳରେ ବାଲି ରାସ୍ତା ଉପରକୁ ଆସି ଦୁର୍ଘଟଣା ଘଟୁଛି। ଲୋକ ଯିବା ଆସିବା କରିପାରୁନାହାନ୍ତି। ଏନେଇ ଅସନ୍ତୋଷ ପ୍ରକାଶ ପାଇଛି  ।

ରାସ୍ତାରେ ବାଲି ରଖିବା ଫଳରେ ଦୁର୍ଘଟଣା ତ ଘଟୁଛି, ଏହା ସହ  ୨ ବର୍ଷ ହେଲା ରାସ୍ତାରେ ଗେଟି ଓ  ପଥର  ରଖାଯାଇଥିବାରୁ ରିଂ ରୋଡକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ହୋଇଛି । ଫଳରେ ସହରର ସୌନ୍ଦର୍ୟ୍ୟ ହ୍ରାସ ସହ  ଟ୍ରାଫିକ ସମସ୍ୟା ଲାଗି ରହିଛି।ଜ୍ଝ ଅଭିଯୋଗ କଲେ ମଧ୍ୟ କେହି କିଛି ଶୁଣୁ ନଥିବା ଲୋକ ଅଭିଯୋଗ କରିଛନ୍ତି ।..

ସାଧାରଣ ଲୋକ ରାସ୍ତାରେ ବାଲି ରଖିଲେ ସମ୍ୱଲପୁର ମହାନଗର ନିଗମ ଜରିମାନା କରୁଥିବା ବେଳେ ଏହି ଠିକାଦାରଙ୍କ ପାଇଁ ନିୟମ କାହିଁକି ଲାଗୁ ହେଉନାହିଁ ବୋଲି ପ୍ରଶ୍ନ ଉଠିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe