କନକ ବ୍ୟୁରୋ : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ପ୍ରତିଦିନ କେଉଁଠୁ ନା କେଉଁଠୁ ଅପରାଧ ଘଟୁଛି । ହତ୍ୟା, ଲୁଟ୍ ବଢବା ବେଳେ ପୁଲିସ ଉପରେ ଚାପ ବଢିବାରେ ଲାଗିଛି । ଆଜି ଦୁଇଟି ହତ୍ୟା କାଣ୍ଡ ଘଟିଛି । ଜୟପୁର ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ବେଳେ ବ୍ରହ୍ମପୁରରେ ଦଣ୍ଡନାଚ ଯାତ୍ରା ବେଳେ ହତ୍ୟାକାଣ୍ଡ ହୋଇଛି । ବିଗୁଡ଼ୁଥିବା ଆଇନ ଶୃଙ୍ଖଳାକୁ ନେଇ ତେଜିବାରେ ଲାଗିଲାଣି ରାଜନୀତି । ପରସ୍ପରକୁ କାଦୁଅ ଫିଙ୍ଗିବାକୁ ଲାଗିଛନ୍ତି ରାଜନେତା । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ସରକାରଙ୍କ ଉପରେ ବର୍ଷିଲା ବିରୋଧୀ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ସାଂଘାତିକ ଅଭିଯୋଗ କରିଛି ବିଜେଡି କଂଗ୍ରେସ । ଜବାବରେ ବିଜେପି କହିଲା ପୂର୍ବ ସରକାରରେ ଅଧିକ ହେଉଥିଲା ଅପରାଧ। ଆମ ସରକାରରେ କମିଛି ଅପରାଧ ।