ଗଞ୍ଜାମ ଆର୍ଯ୍ୟପଲ୍ଲୀରେ ଡରାଇଲାଣି ଡେଙ୍ଗୁ, ବର୍ଷା ଆରମ୍ଭରୁ ବିଗିଡ଼ିଲାଣି ସ୍ଥିତି, ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହେଲେଣି ଆକ୍ରାନ୍ତ

ଆର୍ଯ୍ୟପଲ୍ଲୀରେ ଡେଙ୍ଗୁ ବ୍ୟାପିବା ଖବର ପାଇ ଗାଁରେ ପହଞ୍ଚିଥିଲେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍।  ପ୍ରଥମେ ମୃତ ନାବାଳକଙ୍କ ଘରେ ପହଞ୍ଚିଥିଲେ । ପରେ ଆକ୍ରାନ୍ତଙ୍କ ପରିବାର ସହ ଆଲୋଚନା କରିଛନ୍ତି ଡାକ୍ତର ଟିମ୍‌ । ୫ଟି ସ୍ଥାନରୁ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ପରେ ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ, ସରପଞ୍ଚ ସହ ଗ୍ରାମବାସୀଙ୍କୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ  କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Kþqòþþþ

କନକ ବ୍ୟୁରୋ : ଚଳିତବର୍ଷ ବର୍ଷା ଦିନ ଆରମ୍ଭ ନହେଉଣୁ ଗାଁରେ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି । ଗାଁର ଆବର୍ଜନାମୟ ପରିବେଶ । ନାଳ ନର୍ଦ୍ଦମା ଗୁଡ଼ିକୁ ମଧ୍ୟ ନିୟମିତ ସଫା କରାଯାଉନାହିଁ । ତେଣୁ ପ୍ରତିବର୍ଷ ଡେଙ୍ଗୁ ବ୍ୟାପୁଥିବା ଅଭିଯୋଗ ହୋଇଛି । ଏ ବର୍ଷ ଜଣେ ନାବାଳକର ଜୀବନ ଯିବା ସହ ୫ରୁ ଅଧିକ ଆକ୍ରାନ୍ତ ହୋଇ ବିଭିନ୍ନ  ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗାଁରୁ କିଭଳି ରୋଗର ମୂଳୋତ୍ପାଟନ ହେବ ସେନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଆର୍ଯ୍ୟପଲ୍ଲୀରେ ଡେଙ୍ଗୁ ବ୍ୟାପିବା ଖବର ପାଇ ଗାଁରେ ପହଞ୍ଚିଥିଲେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍।  ପ୍ରଥମେ ମୃତ ନାବାଳକଙ୍କ ଘରେ ପହଞ୍ଚିଥିଲେ । ପରେ ଆକ୍ରାନ୍ତଙ୍କ ପରିବାର ସହ ଆଲୋଚନା କରିଛନ୍ତି ଡାକ୍ତର ଟିମ୍‌ । ୫ଟି ସ୍ଥାନରୁ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ପରେ ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ, ସରପଞ୍ଚ ସହ ଗ୍ରାମବାସୀଙ୍କୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ   ଅନୁଷ୍ଠିତ ହୋଇଯାଇଛି । ଖୁବଶୀଘ୍ର  ଗାଁରୁ ଡେଙ୍ଗୁ ରୋଗ ସମ୍ପୂର୍ଣ୍ଣ ଦୂରେଇ ଯିବ, ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁନିଷିପେଣ୍ଠ ସ୍ବାସ୍ଥ୍ୟକେନ୍ଦ୍ର ବରିଷ୍ଠ ଡାକ୍ତର ।

ଗତବର୍ଷ ଆର୍ଯ୍ୟପଲ୍ଲୀରେ  ପ୍ରାୟ ୪୦ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏ ବର୍ଷ ଡେଙ୍ଗୁ ସ୍ଥିତିର ନିୟନ୍ତ୍ରଣ ପାଇଁ ସଚେତନତା କାର୍ଯ୍ୟକ୍ରମ  ବୃଦ୍ଧି କରାଯିବ । ସଫେଇ କାର୍ଯ୍ୟ ସହ ଜ୍ବର ହେଲେ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ପ୍ରଦାନ କରାଯିବ । ଆଶା ଓ ଅଙ୍ଗନବାଡ଼ି କର୍ମୀ ଭଳି ସ୍ବାସ୍ଥ୍ୟ କର୍ମୀଙ୍କୁ  ଗାଁରେ ନିୟୋଜିତ କରିବା ଦିଗରେ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe