ଜଳବାୟୁ ପରିବର୍ତ୍ତନ ; ବାଂଲାଦେଶରେ ଡେଙ୍ଗୁଜନିତ ମୃତ୍ୟୁ ୪୦୦ ପାର୍ ।

Advertisment

ଜଳବାୟୁ ପରିବର୍ତ୍ତନଜନିତ ତାପମାତ୍ରା ବୃଦ୍ଧି ଓ ଅସ୍ବାଭାବିକ ମୌସୁମୀ ଯୋଗୁଁ ୨୦୨୪ରେ ବାଂଲାଦେଶରେ ୪୦୦ରୁ ଅଧିକ ଡେଙ୍ଗୁଜନିତ ମୃତ୍ୟୁ ଘଟିଛି। ମଶାବାହିତ ସଂକ୍ରମଣ ପାଇଁ ଦେଶରେ ଦେଖାଦେଇଥିବା

ଜଳବାୟୁ ପରିବର୍ତ୍ତନଜନିତ ତାପମାତ୍ରା ବୃଦ୍ଧି ଓ ଅସ୍ବାଭାବିକ ମୌସୁମୀ ଯୋଗୁଁ ୨୦୨୪ରେ ବାଂଲାଦେଶରେ ୪୦୦ରୁ ଅଧିକ ଡେଙ୍ଗୁଜନିତ ମୃତ୍ୟୁ ଘଟିଛି। ମଶାବାହିତ ସଂକ୍ରମଣ ପାଇଁ ଦେଶରେ ଦେଖାଦେଇଥିବା

BANGLADESH DENGUE

କନକ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନଜନିତ ତାପମାତ୍ରା ବୃଦ୍ଧି ଓ ଅସ୍ବାଭାବିକ ମୌସୁମୀ ଯୋଗୁଁ ୨୦୨୪ରେ ବାଂଲାଦେଶରେ ୪୦୦ରୁ ଅଧିକ ଡେଙ୍ଗୁଜନିତ ମୃତ୍ୟୁ ଘଟିଛି।  ମଶାବାହିତ ସଂକ୍ରମଣ ପାଇଁ  ଦେଶରେ ଦେଖାଦେଇଥିବା ସ୍ବାସ୍ଥ୍ୟ ସଙ୍କଟ ଚିନ୍ତାର କାରଣ ପାଲଟିଛି।  ଏବେ  ୯୦ଟି ଦେଶରେ ସକ୍ରିୟ ଡେଙ୍ଗୁ ସଂକ୍ରମଣ ଦେଖିବାକୁ ମିଳିଥିବା ବେଳେ ଏ କ୍ଷେତ୍ରରେ ବାଂଲାଦେଶର ସ୍ଥିତି ଉଦବେଗଜନକ ରହିଛି ଏବଂ ଚଳିତ ବର୍ଷ ଏ ବାବଦ ମୃତ୍ୟୁସଂଖ୍ୟା ୪୦୭ ଛୁଇଁଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି । ଏହା ସହିତ ୭୮,୫୯୫ ଜଣ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗତବର୍ଷ ମଧ୍ୟ  ବାଂଲାଦେଶରେ ଡେଙ୍ଗୁଜନିତ ମୃତ୍ୟୁସଂଖ୍ୟା ୧,୭୦୫  ରହିଥିଲା ଏବଂ ୩ ଲକ୍ଷରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଥିଲେ।  ସାରା ଦେଶରେ, ବିଶେଷ କରି ଢାକାରେ ଥିବା ହସ୍ପିଟାଲଗୁଡ଼ିକରେ ଏବେ ଡେଙ୍ଗୁରୋଗୀଙ୍କ ଭିଡ଼ ଦେଖିବାକୁ ମିଳିଛି। ଡାକ୍ତରମାନେ କହିଛନ୍ତି ଯେ ବିଳମ୍ବରେ ଚିକିତ୍ସା ଅନେକ ସମୟରେ ରୋଗୀକୁ ସଙ୍କଟ ଭିତରକୁ ନେଇଯାଏ।  ଡେଙ୍ଗୁର ପ୍ରାରମ୍ଭିକ ଲକ୍ଷଣ ସାମାନ୍ୟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଗୁରୁତର ରୂପ ନେଇଥାଏ। ତୁରନ୍ତ ଚିକିତ୍ସା କଲେ ମୃତ୍ୟୁ ସଂଖ୍ୟା ୧ ପ୍ରତିଶତରୁ କମ୍ ହୋଇପାରିବ ବୋଲି ଖ୍ୟାତନାମା ଡାକ୍ତର ଏବିଏମ୍‌ ଅବଦୁଲ୍ଲା କହିଛନ୍ତି। ଜଳବାୟୁ ପରିବର୍ତନ ଯୋଗୁଁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe