Photograph: (kanaknews)
କନକବ୍ୟୁରୋ : ଦିଲ୍ଲୀରେ ଏନକାଉଣ୍ଟର । ନୂଆଦିଲ୍ଲୀ ଗାଜିପୁର ପେପର ମାର୍କେଟରେ ଏନକାଉଣ୍ଟର । ଦିଲ୍ଲୀ ପୁଲିସର ସ୍ପେଶାଲ ଷ୍ଟାଫ୍ ଓ ଆଣ୍ଟି-ନାର୍କୋଟିକ୍ସ ସ୍କ୍ୱାଡର ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଖେମଚାନ୍ଦ ଆହତ ହେବା ପରେ ତାକୁ ଗିରଫ କରାଯାଇଛି । ସିଲମପୁର ବାସିନ୍ଦା ଖେମଚାନ୍ଦଙ୍କ ବିରୋଧରେ ଏକ ଡଜନରୁ ଅଧିକ ଅପରାଧିକ ମାମଲା ରହିଛି । ଖେମଚାନ୍ଦ ଦୀର୍ଘ ଦିନ ଧରି ଫେରାର ଥିଲା । ଗୁପ୍ତ ସୂଚନା ଆଧାରରେ ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଛକି ରହିଥିଲା । ଆତ୍ମସମର୍ପଣ ପାଇଁ କୁହାଯିବା ସତ୍ତ୍ୱେ ସେ ପୁଲିସ ଉପରେ ଗୁଳି ଚଳାଇଥିଲା , ଯାହାର ଜବାବୀ କାର୍ଯ୍ୟନୁଷ୍ଠାନରେ ଅଭିଯୁକ୍ତ ଗୋଡ଼ରେ ପୁଲିସ ଗୁଳି ବାଜିଥିଲା । ତାକୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Follow Us