କନକ ବ୍ୟୁରୋ :  କନ୍ଧମାଳରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାର ଆରମ୍ଭ ହେଲା ଆରଡିସି ତଦନ୍ତ । ଦାରିଙ୍ଗିବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆରଡିସି ରୁପାରୋଶନ ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଙ୍ଗରେ ଅଛନ୍ତି କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ରୁତୁରାଜ । ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଏବେ ମଧ୍ୟ ଗୁରୁତର ଅବସ୍ଥାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Advertisment

ଘଟଣାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ମାଣ୍ଡିପଙ୍କା ଗାଁରେ ଆରଡିସି ରୁପା ରୋଶନ ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ସମୟରେ ମୃତକଙ୍କ ପରିବାର ଏବଂ ଗୁରୁତରଙ୍କ ପରିବାରଙ୍କୁ ଭେଟି ପଚରାଉଚରା କରିଛନ୍ତି । ପୁଣି ଆସନ୍ତା ୧୧ରେ ଆରଡିସି ରୁପା ରୋଶନ ସାହୁ ମାଣ୍ଡିପଙ୍କାକୁ ତଦନ୍ତ ପାଇଁ ଆସିବେ ଏବଂ ତଦନ୍ତ ରିପୋର୍ଟ ଗଣମାଧ୍ୟମକୁ ଜଣାଯିବ ବୋଲି କହିଛନ୍ତି ।