କନକ ବ୍ୟୁରୋ: ବାରରେ ଡାନ୍ସ କରାଇଲେ ରଦ୍ଦ ହେବ ଲାଇସେନ୍ସ । ଗୀତ ଗାଇବା ଛଡା ବାରରେ ନାଚ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ । ବିଭାଗ ପକ୍ଷରୁ ଆସିଥିବା ଗାଇଡ଼ଲାଇନକୁ ଉଲଂଘନ କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଯେଉଁମାନେ ଗାଇଡଲାଇନ ଉଲଂଘନ କରିବେ ସେମାନଙ୍କ ଲାଇସେନ୍ସ ସରକାର ରଦ୍ଦ କରିବେ । ଏପରିକି ମ୍ୟୁଜିକ କେତେ ଡେସିବିଲ ଭିତରେ ରହିବ ସେନେଇ ଗାଇଡ଼ ଲାଇନରେ ଉଲ୍ଲେଖ ରହିଛି । ଉଲଂଘନ କଲେ ପଦକ୍ଷେପ ନିଆଯିବ । ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟ କେବେ ଓଡିଶାରେ କରିବାକୁ ଦିଆଯିବନି ବୋଲି କହିଛନ୍ତି ଆଇନମନ୍ତ୍ରୀ ।