କନକ ବ୍ୟୁରୋ: ଦାନା ଉଜାଡି ଦେଲା ୬ଶହ କୋଟି । ବାତ୍ୟାରେ ଭାଙ୍ଗିଛି ୧୬ ହଜାର ୪୧୬ ଘର । ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ୧୬୬ ବ୍ଲକ କ୍ଷତି ହୋଇଥିବା ବେଳେ ୧୩୧ ବ୍ଲକ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୧୧ ହଜାର ୬୩୭ଟି ଗାଁ ପ୍ରଭାବିତ ହୋଇଛି । ୪୧ ଲକ୍ଷ ୪ହଜାର ୩୫୭ ଲୋକ ସାମଗ୍ରିକ ଭାବେ ପ୍ରଭାବିତ ହୋଇଛନ୍ତି । ସାମୁଦ୍ରିକ ଝଡ଼ ପ୍ରଭାବରେ ଭାଙ୍ଗିଛି ୧୬ ହଜାର ୪୧୬ ଘର । ୨୭ଟି କଚା ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୧୪ ହଜାର ୬୮୦ ଘର ଆଂଶିକ ଭାବେ ଭାଙ୍ଗିଛି । ଶକ୍ତି ବିଭାଗର ବେଶୀ କ୍ଷତି ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ ହେବ । ଆସନ୍ତାକାଲି କେନ୍ଦ୍ରକୁ ବାତ୍ୟା କ୍ଷୟକ୍ଷତି ରିପୋର୍ଟ ଦିଆଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।