କନକ ବ୍ୟୁରୋ : ଏଚସିଜି ପଣ୍ଡା କ୍ୟାନ୍ସର ହସ୍ପିଟାଲ ପକ୍ଷରୁ ବ୍ରେଷ୍ଟ କ୍ୟାନ୍ସର ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ସାଇକଲଥନ ଆୟୋଜନ କରାଯାଇଥିଲା । ଏହି ଆୟୋଜନ ଆଜି ରବିବାର, ୩ ନଭେମ୍ବର ୨୦୨୪, ସକାଳ ପ୍ରାୟ ସାତ ଘଟିକାରେ ପାଳନ କରାଯାଇଥିଲା । ଯେଉଁଥିରେ ବହୁତ ସଂଖ୍ୟକ ଲୋକ ଅଂଶ ଗ୍ରହଣ କରିଥିଲେ । କାର୍ୟ୍ୟକ୍ରମ ପରିଚାଳକ ଏବଂ ମୁଖ୍ୟ ଅତିଥିମାନଙ୍କ ଦ୍ବାରା ଏକ ସାରା ସ୍ବାଗତ ସଂକ୍ଷିପ୍ତ ଭାଷଣ ଦିଆଯାଇଥିଲା , ଯେଉଁଥିରେ ଡାଃ ରଣଜିତ କର ଏବଂ ଡାଃ ବିଜନ କୁମାର ସାହା ଅଂଶଗ୍ରହଣ କରିଥିଲେ । ସ୍ଵାସ୍ଥ୍ୟ ଓ ରୋଗ ସଚେତନତାରେ ଅଙ୍ଗ ନେଇ ସ୍ବାସ୍ଥ୍ୟକର ବ୍ୟାୟାମ ଅଭ୍ୟାସ ଆରମ୍ଭ କରାଯାଇଥିଲା ।
ଏଚସିଜି ପଣ୍ଡା କ୍ୟାନ୍ସର ହସ୍ପିଟାଲରୁ ଡାଃ ରଣଜିତ କର ଏବଂ ଡାଃ ବିଜନ କୁମାର ସାହାଙ୍କ ଦ୍ବାରା ସାଇକେଲ ଯାତ୍ରା ଆରମ୍ଭ କରାଯାଇଥିଲା । ପ୍ରାୟ ୧୦ କିଲୋମିଟର ଦୂରତା ଆଖ୍ୟାନ କରି ସାଇକଲ ଆରୋହୀମାନେ ଫୁଲନଖରା ମାର୍ଗ ହୋଇ ଆଉଥରେ ଏଚସିଜି ପଣ୍ଡା ହସ୍ପିଟାଲକୁ ଫେରିଥିଲେ । ଏକ ବିଶେଷ ଫ୍ଲାଶ ମବରେ ଏସ୍ପେଙ୍କ(ମାଇକେଲ୍ ଜ୍ୟାକସନ)ଜଣାଶୁଣା ସଙ୍ଗୀତମାନଙ୍କୁ ନେଇ ପ୍ରଦର୍ଶନ ହେଇଥିଲା ।
ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ରେଷ୍ଟ କ୍ୟାନ୍ସର ବିଷୟରେ ଜାଗୃକତା ସୃଷ୍ଟି କରିବା ଓ ଏହି ପ୍ରଦର୍ଶନରେ 'Say Say Say', 'You Are Not Alone', 'Dangerous', 'Beat it', 'Can You Feel It' ଆଶାୟ ଆରୋପିତ କରାଯାଇଥିଲା । ଏହାର ମାଧ୍ୟମରେ ବ୍ରେଷ୍ଟ କ୍ୟାନ୍ସର ସନ୍ଦେଶରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ପ୍ରାରମ୍ଭିକ ଚିହ୍ନଟ ଏବଂ ପ୍ରତିବନ୍ଧ କରିବା ବିଷୟରେ ପ୍ରଫେସର ଡାଃ କୃପାସିନ୍ଧୁ ପଣ୍ଡା ଏକ ସଂକ୍ଷିପ୍ତ ଉଦବୋଧନ ଦେଇଥିଲେ ଓ ପରେ ମଣ୍ଡଳ ଆଉ କ୍ଲବକୁ ସମ୍ମାନ ଜଣାଇ ଡଃ ସୁବ୍ରହମ ପାଣୀଙ୍କ ଦ୍ବାରା ଧନ୍ୟବାଦ ଜଣାଇ ଅନୁଷ୍ଠାନର ସମାପ୍ତି କରାଯାଇଥିଲା ।