'ମାତ୍ର ୧୫ ଟଙ୍କା ପାଇଁ ସ୍କୁଲର ନାଁ ରେଭେନ୍ସାଙ୍କ ନାଁରେ ନାମିତ ହେଲା'

Advertisment

ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ପୁଣିଥରେ ବିସ୍ଫୋରକ ବୟାନ ରଖିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ ।

ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ପୁଣିଥରେ ବିସ୍ଫୋରକ ବୟାନ ରଖିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ ।

Bhartruhari Mahatab

କନକ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ପୁଣି ଥରେ ବିସ୍ଫୋରକ ବୟାନ ରଖିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ସେ କହିଛନ୍ତି, ଦୁର୍ଭିକ୍ଷ ପାଇଁ ରେଭେନ୍ସା ଦାୟୀ । ହେଲେ ମାତ୍ର ୧୫ ଟଙ୍କା ଗ୍ରାଣ୍ଟ ପାଇବା ପାଈଁ ରେଭେନ୍ସା ନାଁରେ ଗାର୍ଲସ ସ୍କୁଲ ହୋଇଥିଲା । ସ୍କୁଲ ଚଳାଇବାକୁ ଆଉ ୧୫ ଟଙ୍କା ଆବଶ୍ୟକ ହେଉଥିଲା, ତାଙ୍କୁ ଡାକି ଏକ ସଭାରେ ସଭାପତିତ୍ୱ କରାଗଲା ପରେ ତାଙ୍କ ନାମରେ ନାମିତା ହେଲା ।

ସେ ଆହୁରି କହିଛନ୍ତି, କଟକରେ ଯେଉଁମାନେ କଲେଜ ତିଆରି କରିଥିଲେ ସେମାନେ ନାମ ଦେଇଥିଲେ ତାକୁ ପରିବର୍ତ୍ତନ କିଏ କଲା । ଯେଉଁମାନେ ରେଭେନ୍ସ ନାମ ପରିବର୍ତ୍ତନକୁ ବିରୋଧ କରୁଛନ୍ତି, ଭୁବନେଶ୍ୱରରେ ଅଭିମନ୍ୟୁ ସାମନ୍ତସିଂହାର ରାସ୍ତାର ନାମ ପରିବର୍ତ୍ତନ କରି ମଦର ଟେରେସା ରୋଡ଼ ହେଲା ପ୍ରତିବାଦ କଲେ ନାହିଁ କାହିଁକି ? ସେହିପରି ଇଣ୍ଡିଆ ନାମ ପରିବର୍ତ୍ତନ ହୋଇ ଭାରତ ହେଉ ମନ୍ତବ୍ୟ ରଖିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe