କନକ ବ୍ୟୁରୋ : ଯତରା ୨୦୨୫ ର ତୃତୀୟ ସାଂସ୍କୃତିକ ସଂଧ୍ୟା । ପାରମ୍ପାରିକ ନୃତ୍ୟ ସାଙ୍ଗକୁ ସଲମନ ଅଲ୍ଲୀଙ୍କ ଗୀତରେ ଝୁମିଲେ ଦର୍ଶକ । କଳା, ସଂସ୍କୃତି, ପରମ୍ପରାର ମହାସଙ୍ଗମ ସୁନ୍ଦରଗଡ ଜିଲ୍ଲା ମହୋତ୍ସବ ଯତରା । ତୃତୀୟ ସାଂସ୍କୃତିକ ସଂଧ୍ୟାରେ ପଶ୍ଚିମବଙ୍ଗର ପୁରୁଲିଆ ଛଉ, ରାଜଗାଙ୍ଗପୁରର ଆଦିବାସୀ କିଶାନ ସମ୍ପ୍ରଦାୟର ପାରମ୍ପାରିକ ନୃତ୍ୟ, ସୋନପୁର କଳାକାରଙ୍କ ପରଭା ନୃତ୍ୟ, ଗଞ୍ଜାମର କଳାକାରଙ୍କ ଯୋଡି ଶଙ୍ଖ ଆଦି ଉପସ୍ଥିତ ଦର୍ଶକଙ୍କୁ ମତୁଆଲା କରିଛି ।

Advertisment

ବଲିଉଡ଼ର ସୁନାମଧନ୍ୟ ଗାୟକ ସଲମନ ଅଲ୍ଲୀଙ୍କ ଗୀତ ବିଳମ୍ବିତ ରାତି ଯାଏଁ ଯତରା ପଡ଼ିଆରେ ବାନ୍ଧି ଦେଇଥିଲା । ସଲମାନଙ୍କ ଗୀତ ଶୁଣି ନାଚି ଉଠିଥିଲେ ଯୁବ ଦର୍ଶକ ।