କନକ ବ୍ୟୁରୋ: ଅଷ୍ଟ୍ରେଲିଆ ସିରିଜ ପରେ ବିସିସିଆଇ ୧୦ କଡ଼ା ନିୟମ କରିଥିଲା । ଇଂଲଣ୍ଡ ସିରିଜ ବେଳେ ଏହି ନିୟମର ଅନୁପାଳନ କରିଛି ଟିମ୍ ଇଣ୍ଡିଆ । ବର୍ତ୍ତମାନ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତ ଦୁବାଇ ଗସ୍ତ କରିବାକୁ ଥିବା ବେଳେ ସେଠାରେ ମଧ୍ୟ ଏହି ନିୟମର ଅନୁପାଳନ କରାଯିବ । ଏହି ୧୦ ସୂତ୍ରୀୟ ନିର୍ଦ୍ଦେଶାବଳୀ ବିସିସିଆଇ ପାଇଁ କେତେ ଜରୁରୀ, ତାହାର ସବୁଠାରୁ ବଡ଼ ଉଦାହରଣ ଖେଳାଳିଙ୍କ ନିଜସ୍ୱ ଷ୍ଟାଫ୍ଙ୍କ ରହିବା ବ୍ୟବସ୍ଥାରୁ ଜାଣି ପାରିବେ । ଅଷ୍ଟ୍ରେଲିଆରେ ଗମ୍ଭୀରଙ୍କ ସହ ରହିଥିବାରୁ ବିସିସିଆଇ ଅଧିକାରୀଙ୍କ କ୍ରୋଧର ସମ୍ମୁଖୀନ ହୋଇଥିଲେ ଭାରତୀୟ ଦଳର ମୁଖ୍ୟ ଗୌତମ ଗମ୍ଭୀର । ଏବେ ତାଙ୍କୁ ଆଗାମୀ ଗସ୍ତ ବେଳେ ଖେଳାଳିମାନଙ୍କ ସହ ସମାନ ହୋଟେଲରେ ନ ରହିବାକୁ କୁହାଯାଇଛି ।
ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ମୁତାବକ ଇଂଲଣ୍ଡର ଘରୋଇ ସିରିଜ୍ ସମୟରେ ଜଣେ କୋଚିଂ ଷ୍ଟାଫ୍ଙ୍କ ବ୍ୟକ୍ତିଗତ ସହାୟକଙ୍କୁ ସବୁଠି ଦେଖାଯାଇଥିଲା । ହେଲେ କୋଚିଂ ଷ୍ଟାଫ୍ଙ୍କ ବ୍ୟକ୍ତିଗତ ସଚିବ ଯିଏକି ପୂର୍ବରୁ ନିୟମିତ ଭାବରେ ଟିମ୍ ହୋଟେଲରେ ରହୁଥିଲେ, ବର୍ତ୍ତମାନ ଅଲଗା ଏକ ହୋଟେଲ୍ରେ ରହୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/02/14/ogt2JQd3aaIIMjmvVbRE.jpg)