ପୁଣି କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ : ଆଳି ବାଳକାଟି ନିକଟ ଖରସ୍ରୋତାରେ ବୁଲୁଛି ୧୫ଫୁଟ ଲମ୍ବର ମଗର..

Advertisment

କୁମ୍ଭୀରକୁ ଦେଖି ଭୟଭୀତରେ ଜୀବନ ବିତାଉଛନ୍ତି ନଈକୂଳିଆ ଗ୍ରାମବାସୀ, ତୁରନ୍ତ ପ୍ରଶାସନ ପକ୍ଷରୁ ନଦୀ ତୁଠରେ ତାରବାଡ଼ ବୁଲାଇବାକୁ ଦାବୀ କରିଛନ୍ତି..

କୁମ୍ଭୀରକୁ ଦେଖି ଭୟଭୀତରେ ଜୀବନ ବିତାଉଛନ୍ତି ନଈକୂଳିଆ ଗ୍ରାମବାସୀ, ତୁରନ୍ତ ପ୍ରଶାସନ ପକ୍ଷରୁ ନଦୀ ତୁଠରେ ତାରବାଡ଼ ବୁଲାଇବାକୁ ଦାବୀ କରିଛନ୍ତି..

କୁମ୍ଭୀର ବୁଲୁଛି ଡର ଲାଗୁଛି

କୁମ୍ଭୀର ବୁଲୁଛି ଡର ଲାଗୁଛି Photograph: (kanakNews)

କନକ ବ୍ୟୁରୋ:  ଖରସ୍ରୋତା ନଦୀରେ ୧୫ଫୁଟ ଲମ୍ବର କୁମ୍ଭୀର । କୁମ୍ଭୀରକୁ ଦେଖି ଭୟଭିତ ରେ ଜୀବନ ବିତାଉଛନ୍ତି ନଈକୂଳିଆ ଗ୍ରାମବାସୀ । ତୁରନ୍ତ ପ୍ରଶାସନ ପକ୍ଷରୁ ନଦୀ ତୁଠରେ ତାର ବାଡ଼ ବୁଲାଇବାକୁ ଦାବୀ କରିଛନ୍ତି । କୁମ୍ଭୀର ଆଉ କେନ୍ଦ୍ରାପଡ଼ା ସବୁବେଳେ ଚର୍ଚ୍ଚାରେ । ନଦୀନାଳ ଘେରା ଏହି ଜିଲ୍ଲାର ଅଧିକାଂଶ ନଦୀରେ କୁମ୍ଭୀର ଦେଖିବାକୁ ମିଳେ । ଏବେ ଆଳି ବ୍ଳକ ବାଳକାଟି ପଞ୍ଚାୟତ ନିକଟରେ ପ୍ରବାହିତ ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଖରସ୍ରୋତା ନଦୀରେ ପ୍ରାୟ ୧୫ ଫୁଟ ଲମ୍ବର ଏକ କୁମ୍ଭୀରକୁ ଦେଖି ଭୟଭିତ ବାଳକାଟି ଗ୍ରାମବାସୀ । ଦୈନଦିକ କାର୍ଯ୍ୟ ପାଇଁ ନଈ ଉପରେ ନିର୍ଭର କରୁଥିବା ଲୋକେ ନଦୀକୁ ଯିବାକୁ ଭୟ କରୁଛନ୍ତି l 
 
ଗୋଟିଏ ପଟେ ନଦୀରେ କୁମ୍ଭୀର ଭାସୁଛି, ଅନ୍ୟପଟେ ବନବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ତାରଜାଲି ଗୁଡ଼ିକ ନଷ୍ଟ ହୋଇଯାଇଛି । ତେଣୁ ପ୍ରତିଦିନ ଜୀବନକୁ ବାଜି ଲଗାଇ ଲୋକମାନେ ନଦୀରେ ଚଳପ୍ରଚଳ କରୁଛନ୍ତି । ଗାଧୁଆପାଧୁଆ, ଲୁଗାପଟା ସଫା କରିବା ଓ ବାସନ ମଜାମଜି କରୁଛନ୍ତି । ବନ ବିଭାଗ ପକ୍ଷରୁ ତୁରନ୍ତ ତୁଠରେ ଥିବା ତାର ବାଡ଼ ଗୁଡିକ ମରାମତି କରିବାକୁ ଦାବି ହୋଇଛି । କୁମ୍ଭୀର ଯୋଗୁଁ କାହାର କିଛି ଅଘଟଣ ଘଟିବା ଆଗରୁ ପ୍ରଶାସନ ପଦକ୍ଷେପ ନେବା ଜରୁରୀ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe