କନକ ବ୍ୟୁରୋ : ପୁଣି ଗୁଳିମାଡ଼ରେ ଥରିଛି ଆମେରିକା । ମଙ୍ଗଳବାର ଭୋରୁ ନ୍ୟୁୟର୍କରେ ଭୟଙ୍କର ଗୁଳିକାଣ୍ଡରେ ୫ଜଣଙ୍କ ମୃତ୍ୟୁ ହେବା ସହ ୧୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ ଜଣେ ପୁଲିସ ଅଧିକାରୀଙ୍କ ସହ ୪ ଜଣଙ୍କ ମୃ୍ତ୍ୟୁ ହେବା ସହ ପାଲଟା ଗୁଳିଚାଳନାରେ ସୁଟର ନିପାତ ହୋଇଛି । ସୁଟର ଜଣଙ୍କ ଲାସ ଭେଗାସର ୨୭ ବର୍ଷୀୟ ସେନ ତାମୁରା । ବୁଲେଟ ପ୍ରୁଫ୍ ପୋଷାକ ପିନ୍ଧିଥିବା ବେଳେ ଏଆର ଷ୍ଟାଇଲ ରାଇଫଲ ଧରି ମନହାଟନରେ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଗୁଳି ଚଳାଇଥିଲେ। ତେବେ ଆମେରିକାରେ ଦିନକୁ ଦିନ ବଢୁଛି ଗୁଳିକାଣ୍ଡ ଘଟଣା । କେବେ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଗୁଳିମାଡ ତ ପୁଣି କେବେ ରେସ୍ତୋରାଁରେ ଆଖିବୁଜା ଗୁଳିବର୍ଷା । କେବେ ଭାରତୀୟଙ୍କୁ ବିଚ ରାସ୍ତାରେ ହତ୍ୟା ତ ପୁଣି କେବେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଗୁଳିଫୁଟୁଛି ଓ ଦ୍ରୁତ ଗତିର ଟ୍ରକ ମାଡ଼ିଯାଉଛି । ଦୁନିଆର ସବୁଠୁ ଶକ୍ତିଶାଳୀ, ସୁରକ୍ଷିତ ଓ ସମୃଦ୍ଧଶାଳୀ ଦେଶ ବୋଲାଉଥିବା ଆମେରିକାରେ ଯେଉଁଭାବରେ ଗୁଳିକାଣ୍ଡ ଘଟଣା ବଢୁଛି ତାହା ଯେତିକି ଚିନ୍ତାଜନକ ସେତିକି ପ୍ରଶ୍ନ ମଧ୍ୟ ସୃଷ୍ଟି କରୁଛି । ଆମେରିକାରେ ଜନସଂଖ୍ୟାଠୁ ବନ୍ଧୁକ ସଂଖ୍ୟା ଅଧିକ । ଏଠାରେ ବନ୍ଧୁକ ରଖିବା ଲୋକଙ୍କର ସାମ୍ବିଧାନିକ ଅଧିକାର। ଦୋକାନ ବଜାରରେ ବନ୍ଧୁକ ବିକ୍ରି ହୁଏ। ପ୍ରତି ସପ୍ତାହାନ୍ତରେ ବନ୍ଧୁକ ପ୍ରଦର୍ଶନୀ ଅନୁଷ୍ଠିତ ହୁଏ। ସେଠାରେ ୱାଲମାର୍ଟ ଭଳି ବଡ଼ କମ୍ପାନିର ଷ୍ଟୋର୍ରୁ ଆରମ୍ଭ କରି ଛୋଟ ଦୋକାନ ପର୍ଯ୍ୟନ୍ତ ବନ୍ଧୁକ ବିକ୍ରି ହୁଏ । ଗନ୍ କଲଚର୍ ପାଇଁ ୫୦ ବର୍ଷ ମଧ୍ୟରେ ୧୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏଠି ପ୍ରଶ୍ନ ଉଠିବା ସ୍ବାଭାବିକ ଯେଉଁ ରାଷ୍ଟ୍ରରେ ଦିନରାତି ସବୁ ସମୟ ଅସୁରକ୍ଷିତ ସେହି ଦେଶରେ ଗନ କଲଚର କାହିଁକି ବନ୍ଦ କରାଯାଉନି ? ଅନ୍ୟଦେଶକୁ ବିପଦପୂର୍ଣ୍ଣ କହି ସେଠାକୁ ନଯିବାକୁ କହୁଛନ୍ତି ଆମେରିକା ରାଷ୍ଟ୍ରପତି କିନ୍ତୁ ନିଜ ଦେଶବାସୀଙ୍କ ସୁରକ୍ଷା ପାଇଁ କାହିଁକି କଠୋର ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us