ସୁପର ସନଡେ’ର ସୁପର ଫାଇଟ୍ । ଦୁବାଇରୁ ଓଡ଼ିଶା ସବୁଠି କ୍ରିକେଟ୍ କ୍ରେଜ୍

ଚାମ୍ପିୟନ୍ସ ଟ୍ରଫିର ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ପାକିସ୍ତାନ ମଧ୍ୟରେ ଚାଲିଛି ମହାଲଢେଇ । ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲର ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ପଡିଆକୁ ଓହ୍ଲାଇସାରିଛି।

ସୁପର ସନଡେ’ର ସୁପର ଫାଇଟ୍

ସୁପର ସନଡେ’ର ସୁପର ଫାଇଟ୍ Photograph: (Kanak News )

କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିର ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ପାକିସ୍ତାନ ମଧ୍ୟରେ ଚାଲିଛି ମହାଲଢେଇ । ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲର ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ପଡିଆକୁ ଓହ୍ଲାଇସାରିଛି।

ତେବେ ଭାରତ ଆଗରେ ରହିଛି ୨୪୨ ରନର ବିଜୟ ଲକ୍ଷ୍ୟ। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୪୯ ଓଭର ୪ଟି ବଲରେ ୨୪୧ ରନରେ ଅଲଆଉଟ ହୋଇଯାଇଛି। ପାକିସ୍ତାନ ପକ୍ଷରୁ ସୌଦି ଶକିଲ ସର୍ବାଧି ୬୨ ରନ୍ କରିଥିବା ବେଳେ ମହମ୍ମଦ ରିଜୱାନ ୪୬ ରନ୍, ବାବର ଆଜମ୍ ୨୩ ରନ କରିଛନ୍ତି। ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ହାର୍ଦିକ ପାଣ୍ଡ୍ୟା ୨ଟି, ହର୍ସିତ ରାଣା ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

  • ସୁପର ସନଡେ’ର ସୁପର ଫାଇଟ୍
  • ଦୁବାଇରୁ ଓଡ଼ିଶା ସବୁଠି କ୍ରିକେଟ୍ କ୍ରେଜ୍

ଦିନିକିଆ କ୍ରିକେଟରେ ୨୦୨୩ ବିଶ୍ବକପ ଲିଗ୍ ମ୍ୟାଚରେ ଶେଷ ଥର ପାଇଁ ମୁହାଁମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ। ଯେଉଁଥିରେ ଭାରତ ଆଧିପତ୍ୟ ବିସ୍ତାର କରିବା ସହ ସହଜରେ ମ୍ୟାଚ ଜିତିନେଇଥିଲା। ଏହା ପରେ ପ୍ରାୟ ଦୁଇ ବର୍ଷ ପରେ ରବିବାର ଦୁବାଇରେ ପଡିଆକୁ ଓହ୍ଲାଇଛନ୍ତି ଦୁଇ ଚିର ପ୍ରତିନ୍ଦ୍ବନ୍ଦୀ। ତେବେ କେବଳ ଷ୍ଟାଡିୟମରେ ନୁହେଁ ଦୁଇ ଦେଶରେ ମ୍ୟାଚକୁ ନେଇ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି। ସେନାଠୁ ପୁଲିସ, ଗାଁଠୁ ସହର ସମସ୍ତଙ୍କ ମଧ୍ୟରେ ମ୍ୟାଚକୁ ନେଇ ଯେତିକି ଉତ୍ସାହ ସେତିକି ଚର୍ଚ୍ଚା ଦେଖିବାକୁ ମିଳିଛି। ଭୁବନେଶ୍ବର, କଟକ, ସୁନ୍ଦରଗଡ଼, ମାଲକାନାଗିରି, ସମ୍ବଲପୁର ସବୁଠି କ୍ରୀଡାପ୍ରେମୀମାନେ ଭାରତର ବିଜୟ ମନାସିଛନ୍ତି।

  • ୮ ବର୍ଷର ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନର ପଲ୍ଲା ଭାରି

୨୦୦୪ରୁ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫିର ରେକର୍ଡ ଦେଖିଲେ ୫ ମ୍ୟାଚରୁ ଭାରତ ୨ଟି, ପାକିସ୍ତାନ ୩ଟିରେ ବିଜୟୀ ହୋଇଛି। ଶେଷ ଥର ପାଇଁ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତକୁ ୧୮୦ ରନରେ ହରାଇଥିଲା ପାକିସ୍ତାନ। ଆଉ ୮ ବର୍ଷ ପରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି ରୋହିତ ବାାହୀନୀ। ଗୋଟିଏ ପଟେ ଡିଫେଣ୍ଡିଂ ଚାମ୍ପିଅନ ପାକିସ୍ତାନ, ଅନ୍ୟପଟେ ଆଇସିସି ଦିନିକିଆ ରାଙ୍କିଙ୍ଗର ନମ୍ୱର ୱାନ ଟିମ୍ ଭାରତ। ଷ୍ଟାଡିୟମ ଭିତରେ ଯେତିକି ବାହାରେ ସେତିକି ଦର୍ଶକଙ୍କ ଭିଡ଼ ଜମିଛି। ଜାମ୍ମୁ କାଶ୍ମୀରରେ ସିଆରପିଏଫ ଯବାନମାନେ ଟିମ ଇଣ୍ଡିଆକୁ ଉତ୍ସାହିତ କରୁଥିବାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ବାଲେଶ୍ବର, ସୁନ୍ଦଗରଡ଼ରେ କ୍ରିକେଟପ୍ରେମୀମାନେ ଜାତୀୟ ପତାକା ଧରି ବାଜା ବଜାଇ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି।

ଚାମ୍ପିୟନ୍ସ ଟ୍ରଫିର ଏହି ମ୍ୟାଚ ଭାରତ ପାଇଁ ଯେତିକି ଗୁରୁତ୍ବ ବହନ କରୁଛି ପାକିସ୍ତାନ ପାଇଁ ସେତିକି ମହତ୍ବ ରଖୁଛି। ମ୍ୟାଚ ହାରିଲେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବା ନିଶ୍ଚିତ। ଭାରତ ଗୋଟିଏ ମ୍ୟାଚ ଜିତିଥିବାରୁ ପାକିସ୍ତାନ ଅପକ୍ଷୋ ଭାରତୀୟ ଟିମର ମନୋବଳ ଦୃଢ ରହିଛି। ତେବେ ଭାରତର ଟପ୍ ଅର୍ଡର ରୋହିକ, ଗିଲ, କୋହଲିଙ୍କ ପଦର୍ଶନ ଉପରେ ସମସ୍ତରଙ୍କର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe