ପଞ୍ଜାବରେ କରୋନା କଟକଣା ; ନୂଆ ଭାରିଆଣ୍ଟ ନେଲାଣି ୮୭ ଜୀବନ

 କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସଜାଗ ପଞ୍ଜାବ ସରକାର । ଏଣିକି ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।୨୪ ଘଣ୍ଟାରେ ଦେଶରେ ୨୭୦ ନୂଆ ସଂକ୍ରମିତ ଚିହ୍ନଟ । ନୂଆ ଭୂତାଣୁ ନେଲାଣି ୮୭ଜଣଙ୍କ ଜୀବନ 

Covid restriction in punjab

Covid restriction in punjab Photograph: (KanakNews)

କନକ ବ୍ୟୁରୋ: କାୟା ମେଲାଉଛି କରୋନା । ବଢୁଛି ସଂକ୍ରମଣ, ବଢୁଛି ଚିନ୍ତା । ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଭୟାବହ ପରିସ୍ଥିତି ମୁହାଁ ହେଉଥିବାବେଳେ କରୋନାକୁ ଆଖି ଆଗରେ ରଖି ପଞ୍ଜାବ ସରକାର ଜାରି କରିଛନ୍ତି ଗାଇଡଲାଇନ୍ ।

ପଞ୍ଜାବ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଇଡଲାଇନ୍ ଜାରି ହୋଇଥିବା ବେଳେ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଶିଶୁ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯାଇଛି । ଭିଡ଼ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଇଛି । କେମିତି ସଂକ୍ରମଣକୁ ରୋକାଯାଇପାରିବ ସେନେଇ ବ୍ୟକ୍ତିଗତ ସ୍ତରରେ ଲୋକଙ୍କୁ ଚେଷ୍ଟା କରିବାକୁ ଅନୁରୋଧ କରିଛନ୍ତି ପଞ୍ଜାବ ସରକାର । ସେପଟେ ଦେଶରେ ୭୪୦୦ କରୋନା ସକ୍ରିୟ ମାମଲା ଥିବା ବେଳେ ଗୁଜରାଟରେ ସବୁଠାରୁ ଅଧିକ ସଂକ୍ରମିତ ଅଛନ୍ତି । ଗୁଜୁଟାରରେ ୧୪୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe