କନକ ବ୍ୟୁରୋ: ପଦ ହରାଇଲେ ବ୍ରଜରାଜନଗର ପୌରଅଧ୍ୟକ୍ଷା ।  ଅନାସ୍ଥା ଭୋଟରେ ହାରିଲେ ଯାଜ୍ଞସେନୀ ଓରାମ । ଗତ ଜାନୁଆରୀ ୧୫ରେ ହୋଇଥିବା ଅନାସ୍ଥା ଭୋଟରେ ୨୩ ଜଣ କାଉନସିଲର ଭୋଟ ଦେଇଥିଲେ । ଏଥିରେ ଯାଜ୍ଞସେନୀଙ୍କ ବିପକ୍ଷରେ ୨୨ ଟି ଭୋଟ ପଡିଥିବା ବେଳେ ସପକ୍ଷରେ ୧ଟି ଭୋଟ ପଡିଥିଲା । ଅନାସ୍ଥା ଭୋଟ ଘଟଣାରେ ଯାଜ୍ଞସେନୀ ହାଇକୋର୍ଟର ଦ୍ୱାରସ୍ଥ ହେବାପରେ ଫଳାଫଳ ଘୋଷଣା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାପରେ ଶୁକ୍ରବାର  ପୌରଅଧ୍ୟକ୍ଷାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିବା ପରେ ଅନାସ୍ଥା ଭୋଟ ଗଣତି କରାଯାଇଛି । ଏଥିରେ ଅନାସ୍ଥା ଭୋଟରେ ହାରିଯାଇଛନ୍ତି ପୌରଅଧ୍ୟକ୍ଷା ଯାଜ୍ଞସେନୀ ଓରାମ ।