ଆମେରିକା ଟାରିଫ୍ : କାହା ଉପରେ ବଢୁଛି ଓ କାହା ଉପରେ କମୁଛି ? ଡୋନାଲ୍ଡ ଟ୍ରମ୍ପଙ୍କ ଗିଫ୍ଟ ପଲିସିକୁ ନେଇ ଚର୍ଚ୍ଚା

ଟ୍ରମ୍ପ ଧମକ ଦେଇଥିଲେ ଯେ ଆମେରିକାର କୌଣସି କମ୍ପାନି ଅନ୍ୟ ଦେଶରେ ସାମଗ୍ରୀ ଉତ୍ପାଦନ କଲେ ତାଙ୍କ ଉପରେ ଅଲଗା ଟାରିଫ୍ ଲଗାଯିବ । ଏହା ପରେ କିଛି କମ୍ପାନି ଟ୍ରମ୍ପଙ୍କୁ ବିଭିନ୍ନ ଉପହାର ଦେଇଛନ୍ତି। ଏସବୁ କମ୍ପାନି ମଧ୍ୟରେ ଅଛି ଆପଲ କମ୍ପାନି ।

Gift

Gift Photograph: (KanakNews)

କନକ ବ୍ୟୁରୋ : ବିଭିନ୍ନ ଦେଶ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍ ଲଗାଇବା  ଭିତରେ ଟ୍ୱିଷ୍ଟ୍ ଆସିଛି । ତାହା ହେଲା ଗିଫ୍ଟ ପଲିସି। କୌଣସି କମ୍ପାନି ବା ଦେଶ ଟାରିଫରେ ଡିସକାଉଣ୍ଟ ବା ରିହାତି ଚାହୁଥିଲେ ଟ୍ରମ୍ପଙ୍କୁ ଦାମୀ ଉପହାର ଦେଇପାରିବେ । ଟ୍ରମ୍ପ ଧମକ ଦେଇଥିଲେ ଯେ ଆମେରିକାର କୌଣସି କମ୍ପାନି ଅନ୍ୟ ଦେଶରେ ସାମଗ୍ରୀ ଉତ୍ପାଦନ କଲେ ତାଙ୍କ ଉପରେ ଅଲଗା ଟାରିଫ୍ ଲଗାଯିବ । ଏହା ପରେ କିଛି କମ୍ପାନି ଟ୍ରମ୍ପଙ୍କୁ ବିଭିନ୍ନ ଉପହାର ଦେଇଛନ୍ତି। ଏସବୁ କମ୍ପାନି ମଧ୍ୟରେ ଅଛି ଆପଲ କମ୍ପାନି । ଟାରିଫ୍ ଯୋଗୁ କ୍ଷତି ଭୟରେ  ଆପଲ୍ ସିଇଓ ଟ୍ରମ୍ପଙ୍କୁ ଭେଟିଥିଲେ। ଆମେରିକାରେ ଆପଲ କମ୍ପାନି ୫୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି କହିଛି। ଏହାଛଡ଼ା ଟ୍ରମ୍ପଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଏଥିରେ ୨୪ କ୍ୟାରେଟର ସୁନା ପ୍ଲେଟ୍ ଲାଗିଛି। ଏହା ପରେ ଆପଲ କମ୍ପାନିକୁ  ଟ୍ରମ୍ପ ଟାରିଫ୍ ଛାଡ଼ କରିଛନ୍ତି। କତାର ପକ୍ଷରୁ ଟ୍ରମ୍ପଙ୍କୁ ୩ ହଜାର ୩ ଶହ କୋଟି ଟଙ୍କାର ଏକ ବୋଇଂ ବିମାନ ଉପହାର ଦିଆଯାଇଛି। ନିଜ ଦେଶରେ ବିରୋଧ ସତ୍ତ୍ୱେ ଟ୍ରମ୍ପ ଏହା ଗ୍ରହଣ କରିଛନ୍ତି । ସେହିପରି ଭିଏତନାମ ଓ ଇଣ୍ଡୋନେସିଆ ଲକ୍ଷ ଲକ୍ଷ କୋଟି ଟଙ୍କା ପ୍ରକଳ୍ପ ଉପହାର ଘୋଷଣା କରିଛନ୍ତି। ନଜର ପକାଇବା କେଉଁ ଦେଶ ଟ୍ରମ୍ପଙ୍କୁ କଣ ଉପହାର ଦେଇଛନ୍ତି ..

ଭିଏତନାମ୍ (ଗଲ୍ଫ ରିସୋର୍ଟ)ଇଣ୍ଡୋନେସିଆ (ହୋଟେଲ,ଗଲ୍ପକୋର୍ସ ପ୍ରୋଜେକ୍ଟ) ତୁର୍କୀ (ଟ୍ରମ୍ପ ଟାୱାର୍ସର ଅଫର ଅଜରବୈଜାନ (ଟ୍ରମ୍ପ ହୋଟେଲ ପ୍ରୋଜେକ୍ଟ) ଆଗରୁ ଭାରତକୁ ବିଶ୍ବସ୍ତ ବନ୍ଧୁ କହୁଥିଲେ ଏବେ ଭାରତର ପରମ ଶତ୍ରୁ ପାକିସ୍ତାନ ସହ ହାତ ମିଶାଇଛନ୍ତି ଟ୍ରମ୍ପ । କେତେବେଳେ କହୁଛନ୍ତି ଭାରତୀୟ ବଜାରରେ ଆମେରିକା କମ୍ପାନୀକୁ ଜାଗା ମିଳୁନି .. ଆପଣଙ୍କୁ କହି ରଖିଛୁ ପେପସିରୁ ଆରମ୍ଭ କରି ୱାଟସ୍ଆପ ଭାରତ ବଜାରରେ ସବୁଠୁ ଅଧିକ ସକ୍ରିୟ । ଭାରତରେ ଆମେରିକାର କମ୍ପାନି ମାକ୍ୟଡୋନାଲ୍ଡ, ଡ଼ୋମିନସ୍,ଡିଜନୀ,ଆମାଜନ୍, ମାଇକ୍ରୋସପ୍ଟ,ଗୁଗୁଲ୍ ,ୟୁଟ୍ୟୁବ, ଗୁଗୁଲ ପେ, ହ୍ବାଟସ୍ଆପ,ଇନଷ୍ଟ୍ରାଗ୍ରାମ୍ ,ଫେସବୁକ୍ ,ଏକ୍ସ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe