ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ  କଂଗ୍ରେସ ପ୍ରସ୍ତୁତ କରିବ ରଣନୀତି, ସୋନିଆଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ

ସୂତ୍ର ସୂଚନା ମୁତାବକ ଏହି ବୈଠକରେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟସଭାର ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଉଭୟ ସଦନର ଉପନେତା, ଦଳର ମୁଖ୍ୟ ସଚେତକ ଓ ସଚେତକ ବି ସାମିଲ ହେବେ । ଏହି ବୈଠକ ସୋନିଆ ଗାନ୍ଧୀଙ୍କ ବାସଭବନ ୧୦ ଜନପଥରେ ହେବ । 

28

କନକ ବ୍ୟୁରୋ : ଆଗକୁ ସଂସଦରେ ବସିବ ମୌସୁମୀ ଅଧିବେଶନ । ଏହା ପୂର୍ବରୁ ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି କ୍ରମରେ ଆଜି କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିବେ । 

ସୂତ୍ର ସୂଚନା ମୁତାବକ ଏହି ବୈଠକରେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟସଭାର ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଉଭୟ ସଦନର ଉପନେତା, ଦଳର ମୁଖ୍ୟ ସଚେତକ ଓ ସଚେତକ ବି ସାମିଲ ହେବେ । ଏହି ବୈଠକ ସୋନିଆ ଗାନ୍ଧୀଙ୍କ ବାସଭବନ ୧୦ ଜନପଥରେ ହେବ । 

ଜୁଲାଇ ୨୧ ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ବୈଠକରେ କଂଗ୍ରେସ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିସନରଙ୍କ ଦ୍ୱାରା ମତାଦାତା ସୂଚୀ ନେଇ ଯେଉଁ ସର୍ଭେ  ଆରମ୍ଭ କରିଛନ୍ତି ସେହି ପ୍ରସଙ୍ଗକୁ ଉଠାଇପାରେ ବୋଲି ଅନୁମାନ କରାଯାଉଛି । ଏହାସହ ଅପରେସନ ସିନ୍ଦୂର, ବୈଦେଶିକ ନୀତି, ଆଇନଶୃଙ୍ଖଳା ନେଇ ସରକାରଙ୍କୁ କିଭଳି ଘେରା ଯାଇପାରିବ ତା ଉପରେ ଆଜିର ବୈଠକରେ ବିଶେଷ ଆଲୋଚନା ହୋଇ ରଣନୀତି ପ୍ରସ୍ତୁତ କରାଯାଇପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe