କନକ ବ୍ୟୁରୋ: ଧାନକିଣା, ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭା ସରଗରମ ହୋଇଛି । ପୁଣିଥରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କୁ ଚାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ମୁଲତବୀ ପ୍ରସ୍ତାବରେ ଭାଗ ନେଇ ତାରା, ଯୋଗାଣ ମନ୍ତ୍ରୀଙ୍କ ପୋଲ ଖୋଲିଛନ୍ତି । ଏପିରିକି ଫଟୋ ସହ ପ୍ରମାଣ ଦେଖାଇ ଗୃହରେ ବର୍ଷିଛନ୍ତି  ତାରା । ସିଡି ମଧ୍ୟ ଦେଖାଇ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି। ଗୃହ କମିଟି ଗଠନ ସହ ରୁଲିଂ ଦାବି କରିଛନ୍ତି ତାରା । ସେହିଭଳି ବିଜେଡି ମଧ୍ୟ କଟନୀଛନୀର ଯେଉଁ ଅଭିଯୋଗ ଆସୁଛି ଗୃହ କମିଟି ଦ୍ବାରା ତଦନ୍ତ କରିବାକୁ ଦାବି କରିଛି ।

Advertisment
  • ଧାନକିଣା ଅନିୟମିତତା ପାଇଁ କାର୍ଯ୍ୟାନୁଷ୍ଠାନ
  • ମନ୍ତ୍ରୀଙ୍କ ରାଜନୈତିକ ସଚିବ ବି ବହିଷ୍କୃତ

ଆଲୋଚନା ସମୟରେ ଯୋଗାଣ ମନ୍ତ୍ରୀଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଜୀବନଜ୍ୟୋକି ଗଡନାୟକଙ୍କ ନାଁରେ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ ଆଣିଛନ୍ତି । ଜବାବରେ ମନ୍ତ୍ରୀ କହିଛନ୍ତି, ନଭେମ୍ବର ୧୧ ତାରିଖରୁ ବ୍ୟକ୍ତିଗତ ରାଜନୈତିକ ସଚିବଙ୍କୁ ବହିଷ୍କାର କରାଯାଇଛି । ମନ୍ତ୍ରୀ ଗୃହରେ କହିଛନ୍ତି, ଧାନ କିଣାରେ ଅନିୟମିତତା ଓ ଅବହେଳା ପାଇଁ  ୫ ଜଣ ସମବାୟ ସମିତି କର୍ମଚାରୀ, ଜଣେ ନିୟନ୍ତ୍ରିତ ବଜାର କମିଟି ସଦସ୍ୟଙ୍କୁ ବହିଷ୍କାର କରାଯାଇଛି । ୯ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ତାରାଙ୍କ ଅଭିଯୋଗ ପରେ ସରକାର କି ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି।