କନକ ବ୍ୟୁରୋ: ଠିକାଦାରଙ୍କୁ ମନ୍ତ୍ରୀଙ୍କ ତାଗିଦ। ତୁରନ୍ତ ପାନୀୟ ଜଳ ପ୍ରକଳ୍ପ ନସାରିଲେ, ସଂପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳରେ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ଜାଣିବା ଅବସରରେ ମନ୍ତ୍ରୀ ରବି ନାୟକ କହିଛନ୍ତି, ପ୍ରକଳ୍ପ କାମ ସାରୁନଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରାଯିବ । ପ୍ରକଳ୍ପର ମନ୍ଥର ଗତି ପାଇଁ ବିଭାଗୀୟ ମଧ୍ୟ ଅଧିକାରୀ ଦାୟୀ ହେବେ ।