କୋଟିଆ ପାଇଁ ଗଠନ ହେଲା କମିଟି, ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୧୬ ଜଣ ସଦସ୍ୟ, ଦକ୍ଷିଣାଞ୍ଚଳ ଆରଡିସି, କୋରାପୁଟ ଜିଲ୍ଲାପାଳ ଓ ଏସପି ବି ସାମିଲ

ଏଥିରେ ଅଛନ୍ତି ୧୬ ଜଣ ସଦସ୍ୟ । ଏମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଅଧିକାରୀ ରହିଛନ୍ତି । ଦକ୍ଷିଣାଞ୍ଚଳ ରାଜସ୍ବ କମିସନର, ଦକ୍ଷିଣ-ପଶ୍ଚିମ ରେଞ୍ଜ ଡିଆଇଜି, କୋରାପୁଟ ଜିଲ୍ଲାପାଳ ଓ ଏସପି କମିଟିରେ ସଦସ୍ୟ ଅଛନ୍ତି । ଏହି କମିଟି ବିଭିନ୍ନ ଦିଗ ଉପରେ ସମୀକ୍ଷା କରିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଆବଶ୍ୟକ ସୁପାରିଶ କରିବ ।

fdfasdfsad

କନକ ବ୍ୟୁରୋ : କୋଟିଆ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର । ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି । କୋଟିଆରେ ରହୁଥିବା ଲୋକ ସମ୍ମୁଖୀନ ହେଉଥିବା ସମସ୍ୟାର ତର୍ଜମା କରିବ ଏହି କମିଟି । ଏଥିରେ ଅଛନ୍ତି ୧୬ ଜଣ ସଦସ୍ୟ । ଏମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଅଧିକାରୀ ରହିଛନ୍ତି । ଦକ୍ଷିଣାଞ୍ଚଳ ରାଜସ୍ବ କମିସନର, ଦକ୍ଷିଣ-ପଶ୍ଚିମ ରେଞ୍ଜ ଡିଆଇଜି, କୋରାପୁଟ ଜିଲ୍ଲାପାଳ ଓ ଏସପି କମିଟିରେ ସଦସ୍ୟ ଅଛନ୍ତି । ଏହି କମିଟି ବିଭିନ୍ନ ଦିଗ ଉପରେ ସମୀକ୍ଷା କରିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଆବଶ୍ୟକ ସୁପାରିଶ କରିବ । କୋଟିଆକୁ ନେଇ ଆନ୍ଧ୍ର-ଓଡିଶା ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି । କୋଟିଆରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛି ଆନ୍ଧ୍ରପ୍ରଦେଶ । ଏପରିକି ସେଠାକାର ଲୋକଙ୍କୁ ଲୋଭନୀୟ ଅଫର ବି ଦେଉଛି । କୋଟିଆ ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚୁ ନଥିବା ସହିତ ମୌଳିକ ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ ହୋଇଆସୁଛି । ଏହାରି ଭିତରେ କୋଟିଆ ପାଇଁ ସରକାରଙ୍କ କମିଟି ଗଠନକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe